Odisha news

ସୁନାମ ଆଣିଲେ ସୂନା ପୁଅ

0

ଦିଗପହଣ୍ଡି (ଅମରେନ୍ଦ୍ର କୁମାର ପଟ୍ଟନାୟକ) ମାଟ୍ରିକ ବୋର୍ଡ ପରୀକ୍ଷା ରେ ୯୬.୧୬% ପ୍ରତିଶତ ମାର୍କ ରଖି ଦିଗପହଣ୍ଡି ବ୍ଲକ ପାଇଁ ଟପର ହୋଇଛନ୍ତି ଜଣେ ଛାତ୍ର ବିଭୁଦତ ପଟ୍ଟନାୟକ ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ୯୬.୧୬% ପ୍ରତିଶତ ମାର୍କ ରଖି ଦିଗପହଣ୍ଡି ବ୍ଲକ ପାଇଁ ଟପର ହୋଇଛନ୍ତି, ଆଜି ରେଜଲ୍ଟ ବାହାରିବା ପରେ ୬୦୦ ମାର୍କ ରୁ୫୭୭ ମାର୍କ ରଖି A 1 ରେ ଥିବା ଜାଣିବା ପରେ ବହୁତ ଖୁସି ହେଇଥିଲେ, ପରିବାର ବନ୍ଧୁ ବର୍ଗ ଖୁସି ହେବା ସହ ପରସ୍ପର କୁ ମିଠା ଖୁଆଇ ଥିଲେ, ବାପା ପ୍ରିୟରଞ୍ଜନ ପଟ୍ଟନାୟକ ମା ବବିତା ପଟ୍ଟନାୟକ ଙ୍କ ସାନପୁଅ ବିଭୁଦତ, ବାପା ଦିଗପହଣ୍ଡି ଅଂଚଳର ଜଣେ ଆଇନଜୀବୀ, ନିଜ ଗାଁ ଚିକିଟି ହେଇଥିବା ବେଳେ ଦିଗପହଣ୍ଡି ରାଣୀ ସାହିରେ ପରିବାର ବର୍ଗ ଙ୍କ ସହ ରହୁଛନ୍ତି, ଘରେ ଅଧୀକ ଛ ଘଣ୍ଟା ପାଠ ପଢ଼ାରେ ସମୟ ଦେଉ ଥିଲେ, ସଫଳତା ର ଶ୍ରେୟ ବାପା, ମା ଓ ଗୁରୁଜୀ, ଗୁରୁମା ଦେଇଛନ୍ତି,ଆଇ ଆଇ ଟି ପଢିବା ପାଇଁ ଲକ୍ଷ୍ୟ କରିଛନ୍ତି ବିଭୁଦତ

Leave A Reply