Odisha news

ପାଣି ପାଇଁ ଚିନ୍ତାରେ ଚାଷୀ : କାମରେ ଆସୁନି କେନାଲ।

0
କେନାଲ୍ ଅଛି ଜମିରେ ମାଡ଼ିପାରୁନି ପାଣି। ଦୀର୍ଘବର୍ଷ ଧରି ନଷ୍ଟ ହୋଇପଡ଼ିଥିବା କେନାଲ୍ ସାଇଫନ୍‌ଗୁଡ଼ିକର କରାଯାଉନି ମରାମତି। ଫଳରେ କେନାଲ ମାଧ୍ୟମରେ ଚାଷଜମିକୁ ପାଣି ମାଡ଼ିବା ବଦଳରେ
ନଷ୍ଟ ହୋଇପଡ଼ିଥିବା ସାଇଫନ୍ ଦେଇ ପାଣି ବିଲକୁ ଯିବା ବଦଳରେ ଖାଲୁଆ ଅଞ୍ଚଳକୁ ପ୍ରବାହିତ ହେଉଅଛି l କେନାଲର  ତଳ ମୁଣ୍ଡରେ ଥିବା ଚାଷଜମିକୁ ପାଣି ମାଡୁନି ।
ପ୍ରତିବର୍ଷ କେବଳ ମୁଖ୍ୟ କେନାଲ୍‌ର ରକ୍ଷଣାବେକ୍ଷଣ ପାଇଁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହେଉଥିବା ବେଳେ ମାଇନର୍ ଏବଂ ସବ୍‌ମାଇନର୍ କେନାଇଗୁଡିକ ଦୀର୍ଘ ବର୍ଷ ଧରି ମରାମତି ନ ହେବା ଫଳରେ ଏବେ ପାଣି ମାଡ଼ିବା ନେଇ ନାନା ସମସ୍ୟା ସୃଷ୍ଟି ହୋଇଛି। ଜମିରେ କେଉଁଠି ଧାନ ପାଚିଆସିଲାଣି, ତ ଆଉ କେଉଁଠି ଥୋଡ଼ ଧରୁଛି ଓ କେଉଁଠି ଫୁଲ ଉଡ଼ାଉଛି । ଏଭଳି ସ୍ଥିତିରେ ପାଣି  ଅଭାବରୁ  ଚାଷ ଜମିଫାଟି ଆଁ କରିଛି । ତଳମୁଣ୍ଡରେ  ଓ ଢିପ ଜମିରେ ଥିବା ଶହଶହ ହେକ୍ଟର ଜମିରେ ପାଣି ନାହିଁ । ଯାହାକୁ ନେଇ.ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ରବି ଫସଲ ପ୍ରଭାବିତ ହେବା ନେଇ ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି | ପ୍ରତ୍ୟେକ ବର୍ଷ ଜଳସେଚନ ନିମନ୍ତେ   ରାଜସ୍ବ ବିଭାଗ ମାଧ୍ୟମରେ ଚାଷୀଙ୍କଠାରୁ ଜଳକର ଆଦାୟ କରାଯାଉଛି।।  ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ, ସାକ୍ଷୀଗୋପାଳ ଅନ୍ତର୍ଗତ  ସତ୍ୟବାଦୀ ବ୍ଲକର 24 ଗୋଟି  ପଞ୍ଚାୟତ ର ହଜାର ହଜାର ହେକ୍ଟର ଚାଷଜମି କୁ ସାକ୍ଷୀଗୋପାଳ  ଜଳସେଚନ ବିଭାଗ ଦ୍ଵାରା ସଂଯୋଗ କରାଯାଇଥିବା କେନାଲ ଗୁଡ଼ିକ ରେ ଦିଆ ଯାଉଥିବା ପାଣି ଗହୀର ର ଉପର ମୁଣ୍ଡ ପର୍ଯ୍ୟନ୍ତ ମାଡି ନପାରିବାରୁ ହଜାର ହଜାର ହେକ୍ଟର ଚାଷଜମିର ଧାନ ଏବେ ଉଜୁଡ଼ି ବାକୁ ବସିଲାଣି ।ଧାନ ଚାଷ କରିଥିବା ହଜାର ହଜାର  ଚାଷୀ  ବିଭିନ୍ନ ଅନୁଷ୍ଠାନ ରୁ ଋଣ କରି ପାଣି ପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ଜଳ ସେଚନ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ତନୁଜ କୁମାର ରାଉତଙ୍କ ସହିତ ଯୋଗାଯୋଗ କରା ଯାଇଥିଲା l   ସେ କହିଲେ  ଚଳିତ ବର୍ଷ ଆବଶ୍ୟକ ପରିମାଣରେ ବର୍ଷା  ନ ହେବା ଯୋଗୁଁ ପ୍ରତ୍ୟେକ  ଅଞ୍ଚଳର ଚାଷୀମାନେ କେନାଲ ପାଣି ଉପରେ ନିର୍ଭର କରୁଛନ୍ତି । ଏଭଳି ସ୍ଥିତିରେ ସମସ୍ତ ଅଞ୍ଚଳର ଚାଷ ଜମି କୁ ଏକ ସମୟରେ  ପାଣି ଦିଆଯିବା ସମ୍ଭବ ହୋଇ ପାରୁନାହିଁ l   ରୋଟେସନ କରାଯାଇ କେନାଲ ରେ ପାଣି ଛଡା ଯାଉଛି । ଏଥିପାଇଁ ସମସ୍ତ ଅଞ୍ଚଳର ଚାଷୀ ମାନେ  ବିଭାଗ କୁ ସହଯୋଗ କଲେ ଏ ପରିସ୍ଥିତି ର ସମାଧାନ ହୋଇପାରିବ । ତଥ୍ୟ ଅନୁଯାୟୀ ସତ୍ୟବାଦୀ ଜଳ ସେଚନ ବିଭାଗ  ସମୁଦାୟ ୧୧.୪୩୪ ହେକ୍ଟର ଚାଷ ଜମିକୁ ଜଳସେଚନ ର ସୁବିଧା ରହିଥିବା ସମୟରେ ଏବେ ପ୍ରାୟ ଅର୍ଦ୍ଧାଧିକ ଜମିରେ ବିଭିନ୍ନ କାରଣ ରୁ ପାଣି ମାଡ଼ି ପାରୁନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l
Leave A Reply