Odisha news

ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ୬ ଗୋଟି ଚମତ୍କାର ଲାଭ , ଜାଣିଲେ ହେବେ ଆଶ୍ଚର୍ଯ୍ୟ

0
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ସାରିଛି । ଏପରି ସ୍ଥିତି ରେ ସେହି ଲୋକ ମାନଙ୍କୁ ମଧ୍ୟ ପାଣିର ଆବଶ୍ୟକତା ଅଧିକ ପଡ଼ିଥାଏ ଯେଉଁମାନେ ଶୀତଋତୁ ରେ କମ ପାଣି ପିଇ ଥାଆନ୍ତି । ଶୀତଋତୁ ରେ ଅଧିକାଂଶ ଲୋକେ ପାଣି ପିଇବା କମାଇ ଦେଇ ଥାଆନ୍ତି । କିନ୍ତୁ ଗ୍ରୀଷ୍ମ ଋତୁରେ ଝାଳ ଅତ୍ୟଧିକ ବୋହିବା କାରଣରୁ ଶରୀର ରେ ଜଳୀୟ ଅଂଶ ହ୍ରାସ ହୋଇ ଯାଇଥାଏ, ଯେଉଁ କାରଣରୁ ଡି ହାଇଡ୍ରେଷନ ସମସ୍ୟା ଦେଖା ଦେଇପାରେ । ତେଣୁ ଆମେ ଅଧିକ ପାଣି ପିଇ ଥାଉ । ପାଣି ପିଇବା ର ସ୍ଵାସ୍ଥ୍ୟଗତ ଲାଭ ବିଷୟରେ ଆମେ ସମସ୍ତେ ଜାଣିଛୁ । କିନ୍ତୁ ସକାଳୁ ଖାଲି ପେଟରେ ପାଣି ପିଇବା ର ରହିଛି ଚମତ୍କାର ଲାଭ ଏହା ହୁଏତ ଖୁବ୍ କମ ଲୋକ ଜାଣିଥିବେ ।
ସକାଳୁ ଖାଲି ପେଟରେ ପିଇବାର ଲାଭ:-
୧) କିଡନୀ ଷ୍ଟୋନ ର ବିପଦ ହୋଇଥାଏ କମ୍ –
ସକାଳୁ ଉଠିବା ମାତ୍ରକେ ଖାଲି ପେଟରେ ପାଣି ପିଇବା ଦ୍ଵାରା ଷ୍ଟୋନ ସମସ୍ୟା ଦୂର ହୋଇଥାଏ । ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ଏସିଡିଟି କମ ହୋଇଥାଏ ଓ କିଡନୀ ଷ୍ଟୋ ନ ସମସ୍ୟା ରୁ ମୁକ୍ତି ମିଳିଥାଏ ।
୨) ଡି ହାଇଡ୍ରେଶନ ସମସ୍ୟା ଦୂର ହୋଇଥାଏ :-
ରାତିରେ ଶୋଇବା କାରଣରୁ ଆମେ ଦୀର୍ଘ ସମୟ ଧରି ପାଣି ପିଇବା ରୁ ବଞ୍ଚିତ ହୋଇଥାଉ । ଗ୍ରୀଷ୍ମ ଋତୁ ରେ ଶୋଇବା ସମୟରେ ଅନେକ ଲୋକ ଙ୍କ ଝାଳ ଅତ୍ୟଧିକ ବୋହି ଥାଏ । ଏହି କାରଣରୁ ଶରୀର ରେ ଜଳୀୟ ଅଂଶ ର ହ୍ରାସ ହୋଇଥାଏ । ଯାହା କି ଡିହାଇଡ୍ରେଶନ ର କାରଣ ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠିବା ମାତ୍ରକେ ଖାଲି ପେଟରେ ପାଣି ପିଇବା ଆବଶ୍ୟକ ।
୩) ବ୍ରେନ୍ ଫଗ ରୁ ରକ୍ଷା ମିଳିଥାଏ -:
ଡିହାଇଡ୍ରେସନ କାରଣରୁ ଅନେକ ସମୟରେ ମୁଣ୍ଡ ବୁଲାଇ ଥାଏ ଓ ବ୍ରେନ୍ ଫଗ୍ ସମସ୍ୟା ମଧ୍ୟ ଦେଖା ଯାଇଥାଏ । ତେଣୁ ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ପାଣି ପିଇବା ପାଇଁ ପରାମର୍ଶ ଦିଆ ଯାଇଥାଏ ।
୪) ତ୍ଵଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ :-
ପାଣି ଶାରିରୀକ ସ୍ବାସ୍ଥ୍ୟ ସହିତ ତ୍ଵଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ । ପାଣି ଶରୀର ରେ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ । ଏହାଛଡା ନୂଆ କୋଷିକା ବୃଦ୍ଧି କରି ଓ ତ୍ଵଚା ରେ ଚମକ୍ ଆଣିଥାଏ ।
୫) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ :-
ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ଶରୀର ରୁ ବ୍ଯାଡ୍ ଟକ୍ସିନ ବାହାର କରିବାରେ ସାହାଯ୍ୟ ଥାଏ । ଯାହା ଦ୍ଵାରା ଲିଂଫେଟିକ୍ ସିଷ୍ଟମ ବାଲାନସ୍ ହୋଇଥାଏ ଓ ଇମ୍ୟୁନିଟି ବୃଦ୍ଧି ହୋଇଥାଏ । ଯାହା ବ୍ୟକ୍ତି ଙ୍କୁ ରୋଗ ଠାରୁ ରକ୍ଷା କରିଥାଏ ।
୬) ଓଜନ ହ୍ରାସ ହୋଇଥାଏ :-
ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ମେଟାବୋଲିଜୀମ୍ ଓ ଡାଇଯେସନ ରେ ବୃଦ୍ଧି ହୋଇଥାଏ । ଯେଉଁ କାରଣରୁ ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ ।
Leave A Reply