Odisha news

ୱଲୁଶାଙ୍କ ଡିଜିଟାଲ ଡେବୁ୍ୟ

0

ଶାହରୁଖ୍‌ ଖାନ୍‌ ଅଭିନୀତ ଫିଲ୍ମ ‘ଫ୍ୟାନ୍‌’ରେ ତାଙ୍କ ସ୍ତ୍ରୀ ଭୂମିକା ନିଭାଇଥିବା ୱଲୁଶା ଡିସୁଜା ଡିଜିଟାଲ୍‌ ଡେବୁ୍ୟ
କରିବାକୁ ଯାଉଛନ୍ତି । ଫିଲ୍ମ ଡାଇରେକଫର ଅପୂର୍ବ ଲଖିୟା ନିଜ େୱବ ସିରିଜରେ ୱଲୁଶାଙ୍କୁ ଲିଡ୍‌ ରୋଲ୍‌ ଦେଇଛନ୍ତି । ତାଙ୍କ ସହିତ ସାକିବ ସଲିମ, ଶ୍ରିୟା ପିଲଗାଓଁକର, ଇକବାଲ ଖାନ୍‌, ଅଙ୍କୁର ଭାଟିୟା ବି ନଜର ଆସିବେ । ୱଲୁଶା ୟଶରାଜ ଫିଲ୍ମ ବ୍ୟାନର୍‌ରେ ସିନେମା ଜଗତକୁ ଏଣ୍ଟ୍ରି କରିଥିଲେ । ନିଜ ଲୁକ୍‌ ଓ ଅଭିନୟ ମାଧ୍ୟମରେ ନିଜକୁ ଉପସ୍ଥାପନ କରିଥିଲେ । ସେ ଲୁସିଫର୍‌ ଓ ଟାଇମ୍‌ ଟୁ ଡାନ୍ସ ଭଳି ଫିଲ୍ମରେ ଅଭିନୟ କରିବା ସହ ‘ନଚ୍‌ ବଲିୟେ-୯’ର ହୋଷ୍ଟ୍‌ ମଧ୍ୟ ରହିଛନ୍ତି । ଏବେ ଡିଜିଟାଲ ଡେବୁ୍ୟ ଦ୍ୱାରା କ୍ୟାରିୟରେ ସଫଳତା ପାଇବାକୁ ଚେଷ୍ଟା କରୁଛନ୍ତି । ୱଲୁଶା ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଇଂଶାଅଲ୍ଲାହ’ରେ ବି ଅଭିନୟ କରିଥାନ୍ତେ । କିନ୍ତୁ ଲିଡ୍‌ ହିରୋ ସଲମାନ୍‌ ଖାନ୍‌ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ମତଭେଦ ଯୋଗୁ ଫିଲ୍ମ ବନ୍ଦ ହୋଇଗଲା ।

Leave A Reply