Odisha news

ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

0

ନୂଆଦିଲ୍ଲୀ ,୧୧/୨(ଏଜେନ୍ସି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରର ରକ୍ଷା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ.ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଫେବୃଆରୀ ୨୪ ଓ ୨୫ରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହା ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ ହେବ । ଏହି ଗସ୍ତକାଳରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଭିନ୍ନ ବର୍ଗର ଅଧିକାରୀ ଓ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିବେ । ଆମେରିକାରେ ଅନୁଷ୍ଠିତ ହୋଇଥିବା ହାଓଡି ମୋଦି କାର୍ଯ୍ୟକ୍ରମ ଭଳି ଅହମ୍ମଦାବାଦରେ ‘କେମଛେ ଟ୍ରମ୍ପ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତ ଓ ଆମେରିକା ମଧ୍ୟରେ ବୈଶ୍ୱିକ ରଣନୀତିକ ଭାଗିଦାରିତା, ପାରସ୍ପରିକ ବିଶ୍ୱାସ, ସହଯୋଗ, ବୁଝାମଣା, ସମ୍ମାନ ଓ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ରହିଥିବା ବନ୍ଧୁତା ଉପରେ ପର୍ଯ୍ୟବସିତ । ଏହି ସମ୍ପର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆହୁରି ଦୃଢ଼ ହୋଇଛି ଏବଂ ଦୁଇଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ପାଇଛି । ଏହି ଗସ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ସମୀକ୍ଷା କରିବା ଲାଗି ଉଭୟ ନେତାଙ୍କୁ ଏକ ସୁଯୋଗ ପ୍ରଦାନ କରିବ ଏବଂ ଦୁଇଦେଶ ମଧ୍ୟରେ ସହଯୋଗ ଓ ରଣନୀତିକ ଭାଗିଦାରିତାକୁ ଆହୁରି ସମୃଦ୍ଧ କରିବ ।

Leave A Reply