Odisha news

ଭିଲେନ୍‌ ଭୂମିକାରେ ଦିଶା

0

ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଥିବା ମୋହିତ ସୁରୀ ନିର୍ଦ୍ଦେଶିତ ଫିଲ୍ମ ‘ମଲଙ୍ଗ’ ଏବେ ଚର୍ଚ୍ଚାରେ । ଅନିଲ କପୁର, ଆଦିତ୍ୟ ରଏ କପୁର ଓ କୁଣାଲ ଖେମୁଙ୍କ ସହିତ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହୀ ଥିବା ଦିଶା ଏକ ସାକ୍ଷାତକାରରେ କହିଛନ୍ତି । ସେ ପ୍ରଥମ ଥର ପାଇଁ ନେଗେଟିଭ୍‌ ଭୂମିକା ନିଭାଇବେ । ଦିଶା କହିଛନ୍ତି, ‘ସେ ଏହି ଚରିତ୍ର କଥା ଶୁଣି ଏତେ ପ୍ରଭାବିତ ହୋଇଥିଲେ ଯେ ନ୍ୟାରେଶନ୍‌
ଶୁଣିବାର ୫ ମିନିଟ୍‌ ମଧ୍ୟରେ ହଁ କହିଥିଲେ । ନେଗେଟିଭ୍‌ କ୍ୟାରେକଫର ପାଇଁ ସେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କଠାରୁ ପ୍ରେରିତ ହୋଇଥିବା କହିଛନ୍ତି । ଏଥି ସହ ନିଜ ପସନ୍ଦର କୋ-ଷ୍ଟାର୍‌ଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।’ ଦିଶା- ଆଦିତ୍ୟଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରୀକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି ।

Leave A Reply