Odisha news

ଭାଲେଣ୍ଟାଇନ ସପ୍ତାହରେ ନିଜ ପ୍ରେମ ଜୀବନ କୁ ସଫଳ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

0

ପ୍ରତିଟି ମଣିଷ ନିଜ ଜୀବନରେ ଏପରି ଗୋଟିଏ ସାଥୀକୁ ଆଶା କରି ଥାଆନ୍ତି ଯାହା ନିକଟରୁ ତାଙ୍କୁ ଅଧିକ ପ୍ରେମ ମିଳୁ l ତେବେ ଜୀବନରେ ବଂଚିବାର ମଜା ଅଧିକ ବଢି ଯାଇଥାଏ l କିନ୍ତୁ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ସେଭଳି ପ୍ରେମ ମିଳି ନଥାଏ l ତେଣୁ ଏପରି ସ୍ଥିତିରେ ଜାଣନ୍ତୁ ଏହି ଭାଲେଣ୍ଟାଇନ ୱିକ ରେ ଏପରି କିଛି ଉପାୟ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ମଧ୍ୟ ପ୍ରେମର ବିଗୁଲ ବାଜି ଉଠିବ l

ବର୍ତମାନ ଚାଲିଥିବା ଭାଲେଣ୍ଟାଇନ ସପ୍ତାହରେ ସେହି ଉପାୟ ଗୁଡିକୁ ନିହାତି ଆପଣାଇବା ଆବଶ୍ୟକ
– ବିଭିନ୍ନ ଗ୍ରନ୍ଥରେ ରାଧାକୃଷ୍ଣ ଙ୍କ ପ୍ରେମ ସମ୍ବନ୍ଧରେ ବିଭିନ୍ନ ଆଲୋଚନା ହୋଇଛି l ଯେବେବି ପ୍ରେମ ସମ୍ବନ୍ଧରେ ଆଲୋଚନା ହୋଇଥାଏ ସେତେବେଳେ ରାଧାକୃଷ୍ଣଙ୍କ କଥା ସାମ୍ନାକୁ ଆସିଥାଏ l ଶାସ୍ତ୍ରର ମାନ୍ୟତା ଅନୁସାରେ ବ୍ୟକ୍ତି ଯଦି ନିଜ ପ୍ରେମ ପାଇବାକୁ ଇଛା ରଖିଛି ତେବେ ରାଧାକୃଷ୍ଣ ଙ୍କ ମନ୍ଦିରରେ ଯୁଗଳ ମୂର୍ତ୍ତିକୁ ପୂଜା କରିବା ଆବଶ୍ୟକ l ତା ସହିତ ନିଜର ପ୍ରେମ ଜୀବନ ଆନନ୍ଦ ମୟ ହେବା ପାଇଁ ମିଶ୍ରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l
– ଯଦି ଆପଣ କୌଣସି ବ୍ୟକ୍ତିକୁ ଗଭୀର ଭାବରେ ପ୍ରେମ କରୁଛନ୍ତି ତେବେ ପ୍ରତିଦିନ ରାଧାକୃଷ୍ଣ ମନ୍ଦିରରେ ନିଜ ଜୀବନ ସାଥୀକୁ ପାଇବା ପାଇଁ ଏହି ମନ୍ତ୍ରକୁ ପାଠ କରନ୍ତୁ l
ମନ୍ତ୍ର ” ଓଂ କ୍ଲି କୃଷ୍ନାୟ ଗୋପୀଜନ ବଲ୍ଲଭାୟ ସ୍ୱାହା ” l ଏହି ମନ୍ତ୍ରକୁ ନିୟମିତ ପାଠ କରିବେ l ନିଜ ଜୀବନସାଥୀ କୁ ଲାଭ କରିବାରେ ସାହାଯ୍ୟ କରିବ l
– ଯେବେବି ଆପଣ ପ୍ରେମ ନିବେଦନ କରୁଛନ୍ତି ନିଜ ପ୍ରେମିକ କିମ୍ବା ପ୍ରେମିକାର ଆଖିକୁ ଅନାଇ କରନ୍ତୁ l ଏହାଦ୍ୱାରା ବିମୋହିତ ଶକ୍ତି ଉଭୟଙ୍କ ମଧ୍ୟରେ ବଢି ଉଠିବ ଓ ପ୍ରେମ ଜୀବନ ସୁଖମୟ ହେବ l
Leave A Reply