ଭାରତରେ ହେଲା ଲଞ୍ଚ କରୋନାର ବିନାଶ କରିବ ଏହି ନାଜଲ୍ ସ୍ପ୍ରେ : ଏହି ସ୍ପ୍ରେକୁ ନାକରେ ସ୍ପ୍ରେ କରିବାର ୪୮ ଘଣ୍ଟା ମଧ୍ୟରେ କରୋନା ଭୁତାଣୁ ର ବିନାଶ ହୋଇଯିବ
ନୂଆଦିଲ୍ଲୀ : ଭାରତରେ କରୋନା ଭୁତାଣୁ ର ଚିକିତ୍ସା ପାଇଁ ନାକ ପାଇଁ ନାଯାଲ ସ୍ପ୍ରେ ଲଞ୍ଚ ହୋଇଛି । ଦାବି ହୋଇଛି ଯେ ଏହି ସ୍ପ୍ରେ କୁ ନାକରେ ସ୍ପ୍ରେ କରିବାର ୪୮ ଘଣ୍ଟା ମଧ୍ୟରେ କରୋନା ଭୁତାଣୁ ର ବିନାଶ ହୋଇଯିବ ।
ଦେଶୀ କମ୍ପାନୀ ଗ୍ଲେନମାର୍କ ଫାର୍ମା କାନାଡ଼ାର ବାୟୋଟେକ ଫାର୍ମ SaNOtize ସହିତ ମିଶି ଏହି ନାଜାଲ ସ୍ପ୍ରେ କୁ ଲଞ୍ଚ କରିଛି l ଏହି ନାଜାଲ ସ୍ପ୍ରେ ଟିର ନାମ ହେଉଛି Fabispray l ଏହି ସ୍ପ୍ରେ ଟିକୁ ୧୮ ବର୍ଷରୁ ଉର୍ଧ୍ଵ ଏଭଳି ରୋଗୀଙ୍କ ଉପରେ ପ୍ରୟୋଗ ହୋଇ ପାରିବେ , ଯେଉଁମାନେ କରୋନା ରେ ପୀଡିତ ଅଛନ୍ତି l କମ୍ପାନୀ ଏହି ସ୍ପ୍ରେ ର ଲଞ୍ଚ କରିବା ପୂର୍ବରୁ ଭାରତରେ ୨୦ଟି ହସ୍ପିଟାଲ ରେ ୩୦୬ ଜଣ ରୋଗୀଙ୍କ ଉପରେ ଗବେଷଣା କରିଛି l କମ୍ପାନୀ ପକ୍ଷରୁ ଦିଅ ଯାଇଥିବା ମନ୍ତବ୍ୟରେ କୁହାଯାଇଛି ଯେ ଏହି ସ୍ପ୍ରେ ପ୍ରୟୋଗ ହେବାର ୨୪ ଘଣ୍ଟା ମଧ୍ୟରେ ୯୪ ପ୍ରତିଶତ ଭାଇରସ ବିନାଶ ହେବ l ୪୮ ଘଣ୍ଟା ମଧ୍ୟରେ ୯୯ ପ୍ରତିଶତ ପର୍ଯ୍ୟନ୍ତ ବିନାଶ ହେବାର ଆଶା ରହିଛି l
ଏହାର ଅର୍ଥ ଭାଇରସ ଦୁର୍ବଳ ହୋଇଯାଇ ଶ୍ୱାସନଳୀ ରେ ପ୍ରଭାବ ହୀନ ହୋଇ ଯାଇଥାଏ l ସ୍ପ୍ରେ ର ପ୍ରଭାବ କାରଣରୁ ଫୁସଫୁସ ରେ ପ୍ରଭାବ ବିସ୍ତାର କରି କ୍ଷତି କରିପାରେ ନାହିଁ l କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ USA ରେ ହୋଇଥିବା ଅଧ୍ୟୟନ ରୁ ଜଣା ପଡିଛି ଯେ କରୋନା ର ସମସ୍ତ ଭାରୀଏଣ୍ଟ ଉପରେ ଏହା ପ୍ରଭାବଶାଳୀ ରହିଛି l ଗ୍ଲେନମାର୍କ ଫାର୍ମା କୁ ଏହାକୁ ଭାରତରେ ବିକ୍ରୀ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଙ୍କ ମଞ୍ଜୁରୀ ମିଳି ସାରିଛି l ଏହି ସ୍ପ୍ରେ ଇସ୍ରାଏଲ,ଥାଇଲ୍ୟାଣ୍ଡ,ବାହାରିନ,ଇଣ୍ ଡୋନେସିଆ,ସିଙ୍ଗାପୁର ରେ ମଧ୍ୟ ବିକ୍ରୀ କରାଯିବ l
କେତେ ରହିଛି ଏହାର ମୂଲ୍ୟ –
ଭାରତରେ ଏହି ସ୍ପ୍ରେ କୁ ୮୫୦ ଟଙ୍କାରେ ବିକ୍ରୀ କରାଯିବ l ଜଣେ କରୋନା ରୋଗୀ ପାଇଁ ଗୋଟିଏ ବୋତଲ ହିଁ ଆବଶ୍ୟକ l ଏହି ସ୍ପ୍ରେ ଟିକୁ ଆପଣ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନ ଦ୍ୱାରା ପାଇ ପାରିବେ l ଏହି ସ୍ପ୍ରେ କୁ ଔଷଧ ଦୋକାନରୁ ସିଧା ସଳଖ କିଣି ପାରିବେ ନାହିଁ l ଦାବୀ ହୋଇଛି ଯେ ଆପଣ ୭ଦିନ ପର୍ଯ୍ୟନ୍ତ ଏହି ସ୍ପ୍ରେ କୁ ବ୍ୟବହାର କରିବା ଦ୍ୱାରା କରୋନା ରୁ ମୁକ୍ତି ପାଇ ଯିବେ l