Odisha news

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ବାଧିନ ଭାରତ

0
ଭାରତ ମାତା କୋଳରେ ଜନ୍ମ ହୋଇଥିବା ବୀର ପୁତ୍ର ମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଟିଏ ଏପରି ବ୍ୟକ୍ତିତ୍ଵ ଯାହାକୁ କେବଳ ଭାରତ ଇତିହାସ ନୁହେଁ ପୃଥିବୀ ଇତିହାସ ରେ ମଧ୍ୟ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଦିଆ ଯାଇଛି । ଯେଉଁ ନାମଟି କୁ ଶୁଣିବା ମାତ୍ରକେ ଗୋରା ସରକାର ର ଛାତି ଭୟରେ ଥରୁ ଥିଲା । ସେ ଥିଲେ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ର ମହା ନାୟକ ଓ ଆଜାଦ୍ ହିନ୍ଦ୍ ଫଉଜ ର ସଂସ୍ଥାପକ । ସେହି ବୀର ପୁତ୍ର ଜାନୁଆରୀ ୨୩ ତାରିଖ ୧୮୯୭ ରେ ଓଡ଼ିଶା ର କଟକ ଜିଲ୍ଲା ର ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ନିଜର ବିଶିଷ୍ଟତା, ନିଜର ସ୍ଵତନ୍ତ୍ର ଚିନ୍ତା ଯୋଗୁଁ ସେ ଭାରତୀୟ ସ୍ୱତନ୍ତ୍ରତା ଯୁଦ୍ଧ ରେ ଗୋଟିଏ ବିଶେଷ ସ୍ଥାନ ରଖିଛନ୍ତି ।
ସ୍ୱାଧୀନତା ସଂଗ୍ରାମ ର ଶେଷ ୨୫ ବର୍ଷ ରେ ତାଙ୍କ ର ଭୂମିକା ଗୋଟିଏ ସାମାଜିକ କ୍ରାନ୍ତିକାରୀ ଭାବରେ ରହିଥିଲେ ଓ ଗୋଟିଏ ଅଦିତୀୟ ରାଜନୈତିକ ଯୋଦ୍ଧା ଭାବରେ ଆଗକୁ ଆସି ଥିଲେ । ନେତାଜୀ ସେହି ସମୟରେ ଜନ୍ମ ଗ୍ରହଣ କରିଥିଲେ ଯେତେବେଳେ ଭାରତରେ ଅହିଂସା ଓ ଅସହଯୋଗ ଆନ୍ଦୋଳନ ନିଜର ପ୍ରାରମ୍ଭିକ ଅବସ୍ଥାରେ ଥିଲା । ଏହି ଆନ୍ଦୋଳନ ଦ୍ଵାରା ପ୍ରଭାବିତ ହୋଇ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ।
ଆରମ୍ଭରୁ ଦେଶ ସେବା ପାଇଁ ମନ ରହିଥିଲା ।କିନ୍ତୁ ତାଙ୍କ ପିତାଙ୍କ ନିର୍ଦ୍ଦେଶ କ୍ରମେ ସେ କେମ୍ବ୍ରିଜ୍ ବିଶ୍ଵ ବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ପାଇଁ ସେପ୍ଟେମ୍ବର ୧୫ ତାରିଖ ୧୯୧୯ ରେ ଲଣ୍ଡନ ଗସ୍ତ କରିଥିଲେ । ସେଠାରେ ସେ ଆଇ ସି ଏସ ପରୀକ୍ଷା ରେ ଉତିର୍ଣ୍ଣ ହୋଇ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ତାହାକୁ ସେ ତ୍ୟାଗ କରି ଦେଶ ସେବାକୁ ଧାଇଁ ଆସି ଥିଲେ ।
ଏହାପରେ ସେ ଭାରତକୁ ଫେରି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଗୁରୁ ଭାବରେ ଗ୍ରହଣ କରି ଦେଶ ସେବା ଆଡ଼କୁ ଅଗ୍ରସର ହୋଇଥିଲେ । ଧୀରେ ଧୀରେ ସେ ଜଣେ ଯୁବ ନେତା ଭାବରେ ଭାରତ ମାଟି ରେ ଉଭା ହୋଇଥିଲେ । ନିଜ କାର୍ଯ୍ୟ ଦକ୍ଷତା ଅନୁସାରେ ସେ ଆଜାଦ୍ ହିନ୍ଦ୍ ଫଉଜ ଗଠନ କରି ଦେଶ ମାତୃକା ପାଇଁ ନିଜର ବଳିଦାନ ଦେଇଥିଲେ ।
Leave A Reply

Your email address will not be published.