ୟୁଏସ୍ ଓପନ୍: ତୃତୀୟ ରାଉଣ୍ଡରେ ଭିର୍ଭ
ନ୍ୟୁୟର୍କ: ନବାଗତ ଆଲେକ୍ସଜାଣ୍ଡାର ଭିର୍ଭ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡସ୍ଲାମ ଟେନିସ୍ ଟୁର୍ଣ୍ଣାମେ ର ୟୁଏସ୍ ଓପନ୍ ତୃତୀୟ ରାଉଣ୍ଡରେ ପ୍ରଥମ ଥରପାଇଁ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ଭିର୍ଭ ୬-୪, ୬-୪, ୬-୨ ସେଟ୍ରେ ଫ୍ରାନ୍ସର ନିକୋଲାସ୍ ମାହୁତ୍ଙ୍କୁ ହରାଇଛନ୍ତି ।
ଜର୍ମନୀର ୨୧ ବର୍ଷିୟ ଭିର୍ଭ ଚଳିତ ବର୍ଷ ୩ଟି ଏଟିପି ଟାଇଟଲ ହାସଲ କରିଛନ୍ତି । ତୃତୀୟ ରାଉଣ୍ଡରେ ଜର୍ମାନୀର ଫିଲିପ୍ କୋଶ୍ଚେରୀବରଙ୍କୁ ଭେଟିବେ ।
ଚତୁର୍ଥ ସିଡେଡ୍ ଆଞ୍ଜେଲିକ୍ କରବର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେ ୬-୨, ୫-୭, ୬-୪ ସେଟରେ ଜୋହାନା ଲାର୍ସନଙ୍କୁ ପରାସ୍ତ କରିଛନ୍ତି । ପରବ ର୍ୀ ରାଉଣ୍ଡରେ କରବର ସ୍ଲୋଭାକିଆର ଡୋମିନିକ୍ ସିବୁଲକୋଭାଙ୍କୁ ଭେଟିବେ ।