ଅଭିନେତ୍ରୀ ଉର୍ବଶୀ ରୌତେଲା ଅଭିନୟରେ କମ୍, ଷ୍ଟାଇଲ୍ ଓ ସୌନ୍ଦର୍ଯ୍ୟ ପାଇଁ ଅଧିକ ଜଣାଶୁଣା । ଉର୍ବଶୀ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ସେଥିରେ କ୍ୟାପ୍ସନ୍ ରଖିଥିଲେ ‘ମୋ ବୟଫ୍ରେଣ୍ଡ୍ ଫେବୃୟାରୀ ୩୦ ଭଳି । ତାର କୌଣସି ଅସ୍ତିତ୍ୱ ନାହିଁ ।’ ଏଥିସହ ସେ କହିଛନ୍ତି- ୧୬ ଜୁଲାଇରେ ଭର୍ଜିନ୍ ଭାନୁପ୍ରିୟା ପ୍ରସାରିତ ହେବ । ଟ୍ରେଲର୍କୁ ଭଲପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । ଫିଲ୍ମରେ ଗୌତମ ଗୁଲାଟି, ଅର୍ଚ୍ଚନା ପୂରନ ସିଂହ, ଡେଲନାଜ୍ ଇରାନି, ରାଜୀବ ଗୁପ୍ତା ଓ ନିକି ଅନେଜା ୱାଲିୟାଙ୍କ ଭଳି କଳାକାର ଅଛନ୍ତି ।
