Odisha news

ସୁପ୍ରିମ୍‌ କୋର୍ଟ‌ ଓକିଲଙ୍କୁ ୧୦୦ ଟଙ୍କା ଜରିମାନା

0

ସୁପ୍ରିମ କୋର୍ଟରେ ଓକିଲ ରିପକ କଂସଲ ଏକ ପିଟିସନ୍‌ରେ ଅଭିଯୋଗ କରିଥିଲେ ଯେ ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରି କେତେକ ପ୍ରଭାବଶାଳୀ ଓକିଲ ଓ ଯାଚିକାକର୍ତାଙ୍କୁ ପ୍ରାଥମିକତା ଦେଇ ସେହି ଆଧାରରେ ସେମାନଙ୍କ ମାମଲାଗୁଡ଼ିକୁ ଶୁଣାଣି ପାଇଁ ସୂଚୀବଦ୍ଧ କରୁଛି । କଂସଲଙ୍କ ଏହି ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିବା ସହ ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । ଓକିଲ ରିପକ କଂସଲଙ୍କ ପକ୍ଷରୁ କେତେକ ଦଲିଲ୍‌ ଦିଆଯାଇଥିଲା । କୌଣସି ଓକିଲଙ୍କୁ ବରିଷ୍ଠତା ନ ଦିଆଯାଉ ବୋଲି ସେ ସୁପ୍ରିମ କୋର୍ଟଙ୍କୁ ଗୁହାରି କରିଥିଲେ । ଅଦାଲତ କହିଛନ୍ତି ବାର୍‌ର କୌଣସି ସଦସ୍ୟ ରେଜିଷ୍ଟ୍ରି ଉପରେ ଏଭଳି ଅଭିଯୋଗ ଲଗାଇବା ଉଚିତ ନୁହେଁ । ଜଷ୍ଟିସ୍‌ ଅରୁଣ ଓକିଲ ଶ୍ରୀ କଂସଲଙ୍କ ଆବେଦନ ଖାରଜ କରିବା ପୂର୍ବରୁ କହିଥିଲେ ଆମେ ଆପଣଙ୍କୁ ସର୍ବନିମ୍ନ ଜରିମାନାରେ ଦଣ୍ଡିତ କରୁଛୁ ।

Nalco
Leave A Reply