Odisha news

‘ ଇସ୍ଲାମିକ ନାଟୋ ‘ ର ଦ୍ୱାରଦେଶ ରେ ବଙ୍ଗଳାଦେଶ , ଯଦି ସାମିଲ ହେଲା ତେବେ ଭାରତ ପାଇଁ ରହିବ କେଉଁ ବିପଦ ?

0

ବଙ୍ଗଳାଦେଶର ମନ୍ତ୍ରୀ ହୁମାୟୁନ କବୀର ଓ ଶାମା ଉବେଦ ଇସ୍ଲାମ ଦକ୍ଷିଣ ଏସିଆର ବହୁ-ରାଜନୀତି ରେ ହଲଚଲ ସୃଷ୍ଟି କରିଛନ୍ତି, ଅଗଷ୍ଟ ୨୨ ତାରିଖରେ ଦୁଇ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ଆଲୋଚନା କରି କହିଥିଲେ ଯେ ‘ ବଙ୍ଗଳାଦେଶ ମକା ଜଏଣ୍ଟ ଡିଫେନ୍ସ ଏଗ୍ରିମେଣ୍ଟ ରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛି ” , ଏହା ସେହି ଚୁକ୍ତି ଯାହାକୁ ଦୁନିଆ ଇସ୍ଲାମିକ ନାଟୋ ନାମରେ ଜାଣିଚି, ଏହା ଭାରତ ପାଇଁ କେବଳ ଗୋଟିଏ ଝଟକା ନୁହେଁ, ବରଂ ପୂର୍ବ ଓ ପଶ୍ଚିମ ରେ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିଦେବ l

ଅନ୍ତର୍ଜାତୀୟ ରାଜନୀତିଜ୍ଞ ଙ୍କ ମତରେ ଯଦି ବଙ୍ଗଳାଦେଶ ଇସ୍ଲାମିକ ନାଟୋ ରେ ସାମିଲ ହେଲା ତେବେ ଏହା ଭାରତ ପାଇଁ କେତେ ଚିନ୍ତାର କାରଣ ହେବ ? ପାକିସ୍ଥାନ, ସାଉଦି ଓ ତୁର୍କୀ ଙ୍କ ମଧ୍ୟରେ ‘ ଇସ୍ଲାମିକ ନାଟୋ ‘ ର ଚୁକ୍ତି ଅଗଷ୍ଟ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି l

ସାଉଦି ଆରବ ହେଉଛି – ଆର୍ଥିକ ଶକ୍ତିର ମାନଦଣ୍ଡ , ତୁର୍କୀ ହେଉଛି ସୈନ୍ୟ ଶକ୍ତି ଓ ଡ୍ରୋନ ସୁବିଧା ର ଉତ୍ସ, ଏବଂ ପାକିସ୍ଥାନ ହେଉଛି ସୈନ୍ୟ ଜନଶକ୍ତି ଓ ପରମାଣୁ ଅସ୍ତ୍ର ର ସହଯୋଗ l

ନାଟୋ ଇସ୍ଲାମିକ ର ରାଜିନାମାରେ କୁହାଯାଇଛି ଯେ ‘ ଯଦି ଏହି ୩ଟି ଦେଶ ମଧ୍ୟରୁ ଯଦି  ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲା, ତେବେ ଏହା ୩ଟି ଦେଶ ଉପରେ ଆକ୍ରମଣ ଭାବରେ ଗ୍ରହଣ କରହିବ l ” ଏହି କାରଣରୁ ଏହାକୁ ଇସ୍ଲାମିକ ନାଟୋ କୁହାଯାଉଛି l  ଏହି ଗଠବନ୍ଧନ ତିଆରି ହେବାର ମ୍ମୁଖ୍ୟ କାରଣ ହେଉଛି ମିଡିଲ ଇଷ୍ଟ ରେ ବଢି ଚାଲିଥିବା ଉତେଜନା, ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତେଜନା ସାଉଦି ଆରବ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି l

କାହିଁକି ବଙ୍ଗଳାଦେଶ ଇସ୍ଲାମିକ ନାଟୋ ରେ ସାମିଲ ହେବାକୁ ଇଛୁକ ?

ପ୍ରଥମରେ ହେଲା ସାଉଦି ଆରବ ହେଉଛି ବଙ୍ଗଳାଦେଶ ପାଇଁ ସବୁଠୁ ବଡ଼ ରୋଜଗାର ର ପନ୍ଥା l ଦ୍ଵିତୀୟରେ ହେଉଛି ମିଡିଲ ଇଷ୍ଟ ରୁ ଇନ୍ଧନ ଓ ଗ୍ୟାସ ଆଣିବାରେ ମିଳୁଛି ସାଉଦି ର ସହଯୋଗ l ତୃତୀୟାରେ ହେଉଛି ତୁର୍କୀ ଓ ପାକିସ୍ଥାନ ବଙ୍ଗଳାଦେଶ କୁ ଦେଉଛନ୍ତି ସୈନ୍ୟ ସହଯୋଗ, ଚତୁର୍ଥ ରେ ହେଉଛି ସାଉଦି ଆରବ ବଙ୍ଗଳାଦେଶ ରେ ବନ୍ଦର ଗୁଡିକରେ ନିବେଶ କରିବାକୁ ଚାହୁଁଚି, ଏବଂ ପଂଚମରେ ବଙ୍ଗଳାଦେଶ ନିଜ ବିଦେଶ ନୀତିରେ ପରିବର୍ତ୍ତନ କରିବାକୁ ଚାହୁଁଚି  l

ବଙ୍ଗଳାଦେଶ ଇସ୍ଲାମିକ ନାଟୋ ରେ ସାମିଲ ହେଲା ଭାରତ ଉପରେ ପଡିବ କି ଚାପ ?

1 – ପାକିସ୍ଥାନ କୁ ମିଳିବ ରଣନୀତିକ ଲାଭ , ପାକିସ୍ଥାନ ନିଜ ଢାଞ୍ଚାରେ ପକାଇବ ବଙ୍ଗଳାଦେଶ କୁ, ଏବଂ ପାକିସ୍ଥାନ କୁ ସାଉଥ ଏସିଆରେ ଅଧିକ କୂଟନୀତି ଓ ରଣନୀତି ର ପ୍ରଭାବ ଦେଖାଇବ l

2 – ଭାରତର ପୂର୍ବ ସୁରକ୍ଷା ରଣନୀତି ହେବ ପ୍ରଭାବିତ, ପାକିସ୍ଥାନ ଓ ବଙ୍ଗଳାଦେଶ ଯଦି ମିଶିଯିବେ ତେବେ ଭାରତର ପୂର୍ବ ସୁରକ୍ଷା ଗଣନା କୁ ଜଟିଳ କରିଦେବ l ଏବଂ ଉଭୟ ଦେଶ ଙ୍କୁ ନେଇ ଭାରତକୁ ସତର୍କ ରହିବାକୁ ପଡିବ l

3 – ବଙ୍ଗଳାଦେଶ ର ଇସ୍ଲାମିକ ନାଟୋ ରେ ସାମିଲ ହେବ ଦ୍ୱାରା ଭାରତ ସୀମାରେ ସୁରକ୍ଷା ପ୍ରଭାବିତ ହେବ ଯାହାକି ଭାରତ ପାଇଁ ଆହ୍ୱାନ ହୋଇଯିବ l

Nalco
Leave A Reply