ଆମ ଶରୀର ଭିତରେ ହୋଇଥିବା ବିଭିନ୍ନ ସଙ୍କେତକୁ ଆମେ ପ୍ରାୟ ଅଣଦେଖା କରି ଦେଇଥାଉ l ଯାହା ଆମ ପାଇଁ ଭବିଷ୍ୟତରେ ଗୋଟିଏ ବଡ଼ ରୋଗର କାରଣ ହୋଇ ସାମ୍ନାକୁ ଆସିଥାଏ l ନିକଟରେ ଗବେଷକ ମାନେ ପରିସ୍ରାର ରଙ୍ଗ ପରିବର୍ତନ କେଉଁ କେଉଁ ରୋଗର କାରଣ ହୋଇଥାଏ ସେହି ବିଷୟରେ ସୂଚନା ଦେଇଛନ୍ତି l ତଥାପି ଆମକୁ ସଚେତନ ରହିବା ସହିତ ଡାକ୍ତରଙ୍କୁ ପରାମର୍ଶ ମଧ୍ୟ କରିବା ଉଚିତ l
– ଟ୍ରାନ୍ସ ପରେଣ୍ଟ ରଙ୍ଗ ପରିସ୍ରା : ଯଦି ଆପଣଙ୍କ ପରିସ୍ରା ଟ୍ରାନ୍ସପରେଣ୍ଟ ରଙ୍ଗର ହେଉଛି ତେବେ ଏହାର ଅର୍ଥ ଆପଣ ଅତ୍ୟଧିକ ମାତ୍ରାରେ ପାଣି ପିଉଛନ୍ତି l ଯାହା ଆପଣଙ୍କ ପାଇଁ ଗୋଟିଏ ଭଲ ସୂଚନା l ହାଇଡ୍ରେଟ ରହିବା ସରିର ଠିକ ,କିନ୍ତୁ ସକାଳୁ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ରେ ଇଲେକ୍ଟ୍ରୋଲାଇଟ୍ସ କମିପାରେ l
– ଈଷତ ହଳଦିଆ କିମ୍ବା ଗାଢ଼ ହଳଦିଆ : ୟୁରୋକ୍ରୋମ ପିଗମେଣ୍ଟ କାରଣରୁ ପରିସ୍ରାର ରଙ୍ଗ ଈଷତ ହଳଦିଆ କିମ୍ବା ଗାଢ଼ ହଳଦିଆ ହୋଇ ଯାଇଥାଏ l ଭିଟାମିନ ଡି ମାତ୍ର ବଢିବା ଦ୍ୱାରା ମଧ୍ୟ ଏପରି ହୋଇଥାଏ l
– ଈଷତ ଗୋଲାପୀ ପରିସ୍ରା : ପରିସ୍ରା ନାଲି କିମ୍ବା ଗୋଲାପୀ ହେବା ଏହା ଉପରେ ନିର୍ଭର କରିଥାଏ ଯେ ଆପଣ କଣ ଖାଇଛନ୍ତି l ତା ସହିତ ଏଭଳି ରଙ୍ଗ ଅନେକ ରୋଗର ଲକ୍ଷଣ ମଧ୍ୟ ହୋଇଥାଏ l ଯେପରିକି ପ୍ରୋଟେଷ୍ଟ, କିଡ୍ନୀ ଷ୍ଟୋନ, ବ୍ଲାଡର କିମ୍ବା କିଡ୍ନୀ ରେ କୌଣସି ସମସ୍ୟା l
– ନାରଙ୍ଗୀ ରଙ୍ଗର ପରିସ୍ରା : ନାରଙ୍ଗୀ ରଙ୍ଗର ପରିସ୍ରା ଶରୀରରେ ଡି ହାଇଡ୍ରେସନ ର ସଂକେତ ଦେଇଥାଏ l ଜଣ୍ଡିସ ହେବା ଦ୍ୱାରା ମଧ୍ୟ ପରିସ୍ରା ର ରଙ୍ଗ ହଳଦିଆ ହୋଇଥାଏ l ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ l
– ନୀଳ ରଙ୍ଗର ପରିସ୍ରା : କିଛି ଔଷଧ ରେ ମେଥିଲିନ ବ୍ଲୁ ନାମକ ଗୋଟିଏ ଡ଼ାଈ ବ୍ୟବହାର ହୋଇଥାଏ ଯାହାକୁ ଖାଇବା ଦ୍ୱାରା ପରିସ୍ରାର ରଙ୍ଗ ବ୍ଲୁ ରଙ୍ଗର ହୋଇଥାଏ l ଏପରି ରଙ୍ଗର ପରିସ୍ରା କିଡ୍ନୀ ଓ ବ୍ଲାଡର ଆଡକୁ ମଧ୍ୟ ସଂକେତ ଦେଇଥାଏ l ଯାହାକୁ ଆପଣ ଅଣଦେଖା କରିବା ଉଚିତ ନୁହେଁ l
– ଫେଣ ଯୁକ୍ତ ପରିସ୍ରା : ଫେଣ ଯୁକ୍ତ ପରିସ୍ରା ପେଟ ଅନ୍ତ କୋଷରେ ଅସୁବିଧା,ଗ୍ୟାସ,ଏସିଡ଼ିଟି,ପାଚନ ପ୍ରକ୍ରିୟା ରେ ଅସୁବିଧା କାରଣରୁ ହୋଇଥାଏ l ତେଣୁ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l