ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସହରନ ପୁର ରେ ଷୋମବାର ଦିନ ୪ଜଣ କୁଖ୍ୟାତ ଅପରାଧୀ ଥାନା ରେ ସରେଣ୍ଡର କରିଛନ୍ତି ଓ ଭବିଷ୍ୟତ ରେ ଆଉ ଅପରାଧ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି l ଏହି ୪ଜଣ ଅପରାଧୀ ନିଜ ନିଜର ମାଙ୍କ ସହିତ ଥାନାରେ ପହଂଚି ଥିଲେ l ଏହି ଅପରାଧୀମାନେ ଏଭଳି ସମୟରେ ସରେଣ୍ଡର କରିଥିଲେ ଯେତେବେଳେ ରାଜ୍ୟରେ ଆଉଥରେ ଯୋଗୀ ଅଦିତ୍ୟନାଥ ସରକାର ଗଢିବେ l ଯୋଗୀ ସରକାର ଙ୍କ ପ୍ରଥମ କାର୍ଯ୍ୟକ୍ରମ ରେ ଏନକାଉଣ୍ଟର ଦ୍ୱାରା ଅନେକ ମାତ୍ରାରେ ଅପରାଧୀ ମାନେ ପୋଲିସ ନିକଟରେ ସରେଣ୍ଡର କରିଥିଲେ l
ସାହରନ ପୋଲିସ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ପୋଲିସ ପକ୍ଷରୁ ଅପରାଧୀଙ୍କ ବିରୁଦ୍ଧରେ ଲଗାତାର ଭାବରେ କରାଯାଉ ଥିବା କଠିନ କାର୍ଯ୍ୟାନୁଷ୍ଠାନ କୁ ଦେଖି ଏହି ଅପରାଧୀ ମାନେ ଷୋମବାର ଦିନ ଥାନାରେ ସରେଣ୍ଡର କରିଛନ୍ତି l ମଦ ତସ୍କରୀ ରେ ଲିପ୍ତ ଥିବା ଏହି ୪ଜଣ ଭବିଷ୍ୟତ ରେ ଅପରାଧ ନ କରିବାର ଶପଥ କରିଛନ୍ତି l ତା ସହିତ ପୋଲିସ କୁ ସହଯୋଗ କରିବା ପାଇଁ ମଧ୍ୟ ଶପଥ ନେଇଛନ୍ତି l ଏହି ୪ ଅପରାଧୀ ଚାରିଭାଇ ଅଟନ୍ତି l ଏମାନଙ୍କ ବିରୁଦ୍ଧରେ ଅନେକ ଦିନରୁ ପୋଲିସ ନିକଟରେ ସୂଚନା ରହିଥିଲା l .
