Odisha news

ଆମେରିକାର ଚୀନକୁ ଧମକ : ରୁଷ କୁ ସାହାଯ୍ୟ କରିବାକୁ ଆଗକୁ ଆସିଲେ ପରିଣାମ ଭୟାବହ ହେବ

0

ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ଯୁଦ୍ଧ ଚାଲିଥିବା ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ମଧ୍ୟ ଉତେଜନା ବୃଦ୍ଧି ପାଇବାରେ ଲାଗିଛି l ଆମେରିକା ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ ରେ ଫସିଥିବା ରୁଷ ବର୍ତମାନ ଚୀନ ନିକଟରୁ ହତିଆର ଓ ଅନ୍ୟ ସମସ୍ତ ଜିନିଷ ର ଶଯ୍ୟା ମାଗିଛି l ଏହା ବ୍ୟତୀତ ବର୍ତମାନ ଆମେରିକା ଚୀନ କୁ ଧମକ ଦେଇ କହିଛି ଯଦି ସେ ରୁଷ କୁ ସାହାଯ୍ୟ କରିବାକୁ ଆଗକୁ ଆସିବ ତେବେ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ l ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା କହିଛନ୍ତି ଯଦି ଚୀନ ମସ୍କୋ କୁ ସାହାଯ୍ୟ କରିବ ତେବେ ତାକୁ ଏହାର ପରିଣତି ସାମ୍ନା କରିବାକୁ ପଡିବ l

ଆମେରିକା ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା କହିଛନ୍ତି  ଯେ “ୟୁକ୍ରେନ ରେ ରୁଷ ଫସି ଯାଇଛି ଓ ତା ନିକଟ ରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି l ତେଣୁ ସେ ବର୍ତମାନ ଚୀନ ର ସାହାଯ୍ୟ ମାଗିଛି l ଟେ ଆମେ ସିଧା ସଳଖ ଚୀନ କୁ କହିଚୁ ଯଦି ସେ ରୁଷ କୁ ସାହାଯ୍ୟ କରିବ ତେବେ ତା ଉପରେ ବିଭୀନ ପ୍ରତିବନ୍ଧକ ଲାଗିବ l ତେଣୁ ଆମେ ଚୀନ କୁ ଆଗକୁ ବଢିବାକୁ ଦେବୁନାହିଁ l ଆମେ ଚୀନ କୁ ରୁଷ ର ଲାଇଫ ଲାଇନ ହେବାକୁ ଦେବୁ ନାହିଁ l ରୁଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିଛି ତେଣୁ ସେ ବିବ୍ରତ ଅଛି l ”

ଇତି ମଧ୍ୟରେ ରୁଷ ୟୁକ୍ରେନ ର ରାଜଧାନୀ କିବ ଉପରେ ମଧ୍ୟ ଆକ୍ରମଣ ଦ୍ରୁତ ଗତିରେ ଆରମ୍ଭ କରି ଦେଇଛି l ଷୋମବାର ଦିନ କିବ ର ଗୋଟିଏ ଏୟାର କ୍ରାଫ୍ଟ ଫାକ୍ଟ୍ରି ଉପରେ ଆକ୍ରମଣ କରି ଦେଇଛି l ରୁଷ ର ଆକ୍ରମଣ ଦ୍ୱାରା ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି l

Ad2
Leave A Reply