Odisha news

ଉମରକୋଟ : ପୋଲିସର ଚତୁରତା ଯୋଗୁ ଉମରକୋଟ ରେ ଚୋରିକରି ଆତଙ୍କ ସୃଷ୍ଟି କରିଥିବା ଚୋର ଧରାପଡିଲା

0

ଉମରକୋଟ : ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଉମରକୋଟର 3ଟି ପଞ୍ଚାୟତ ରେ କେବଳ ଦୋକାନ ଗୁଡ଼ିକ ରେ ଚୋରି କରି ଆତଙ୍କ ସୃଷ୍ଟି କରିଥିବା ଚୋର କୁ ଶେଷରେ ସିଲାଟି ଗାଁର ଲୋକମାନଙ୍କ ସହାୟତାରେ ଉମରକୋଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସିଲାଟି ଗାଁର ବିଜୟ ସରକାର ବହୁଦିନ ଧରି ବେନରା, ହିରାପୁର ଓ ଜାମରୁନ୍ଦା ପଞ୍ଚାୟତ ର ବିଭିନ୍ନ ଗାଁରେ ଥିବା ଦୋକାନ ଗୁଡ଼ିକ ରେ ଚୋରି କରି ଆତଙ୍କ ଖେଳାଇଥିଲା । ଶେଷରେ ବିଜୟ 3ଦିନ ତଳେ ସିଲାଟି ଗାଁର ଏକ ଔଷଧ ଦୋକାନ ରେ ଚୋରି କରି ଥିଲା ।

ଔଷଧ ଦୋକାନ ସମୂଖ ରେ ଥିବା ସି ସି ଟି ଭି ଫୁଟେଜ କୂ ଆଧାର କରି ଗାଁଲୋକେ ବିଜୟ ଘରେ ପହଞ୍ଚିଥିଲେ । ପ୍ରଥମେ ବିଜୟ କୁ ଘର ପାଖର ବିଦୂତ ଖୁନ୍ଟ ରେ ବାନ୍ଧି ଘରେ ତଲାସି କରିବା ରୁ ସେଠାରୁ 1 ଲାପଟପ , ଏଲ୍ଇଡି ଟିଭି 2ଟା,କେମେରା 2ଟା, ଏଟିଏମ୍ କାର୍ଡ୍ ନଅ ଟା, ମୋବାଇଲ ଫୋନ 12ଟା,  12ଟା ବେଗ୍ ପୋଷାକ, ସମେତ ପ୍ରାୟ 3 ଲକ୍ଷ ଟଙ୍କା ରୁ ଉର୍ଦ୍ଧ କିରାଣା ସାମାନ  ଜବତ କରାଯାଇଛି । ଗତ କାଲି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଉମରକୋଟ ପୋଲିସ ସମସ୍ତ ବିସ୍ତୃତ ବିବରଣୀ ଉମରକୋଟ ଥାନାଧିକାରି ଉମେଶ ଚନ୍ଦ୍ର ସାହୁ ପ୍ରଦାନ କରିଛନ୍ତି ।

Leave A Reply