Odisha news

ଗୋମାଂସ ବୋଝେଇ ଟ୍ରକ ବଜରଙ୍ଗ ଦଳର କର୍ମକର୍ତ୍ତା ମାନଙ୍କ ଦ୍ଵାରା ଅଟକ , ତା ପରେ …..

0

ପାରଳାଖେମୁଣ୍ଡି :(ଗରୁଡ଼ ଧ୍ଵଜ ଚୌଧୁରୀ): ଆଜି କଲିକତା ଠାରୁ ତାମିଲନାଡୁ ରାଜ୍ୟ କୁ ଯାଉଥିବା ଏକ ଗୋରୁ ମାଂସ ଟ୍ରକ କୁ  ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଆନ୍ଧ୍ର ପ୍ରଦେଶ  ର ପୁରୁଷୋତ୍ତପୁରମ୍ ଚେକ୍ ପୋଷ୍ଟ ନିକଟରେ  ଧରି ଆନ୍ଧ୍ରପୋଲିସ  କୁ ଜିମା ଦେଇ ଥିଲେ l ଇଚ୍ଛାପୁର ପୋଲିସ ଏକ ମକଦ୍ଦମାକ ରୁଜୁ କରି ତଦନ୍ତ ଜାରି ରଖିଛି।  ଉକ୍ତ ଗାଡ଼ିର ଡ୍ରାଇଭର  କହିବା ଅନୁସାରେ  ଉକ୍ତ ଗାଡ଼ିରେ ସର୍ବ ମୋଟ 1300 ପ୍ୟାକେଟ ଗୋରୁ ମଂସ ରହି ଥିବା ବେଳେ ଗୋଟିଏ ପ୍ୟାକେଟ ରେ ପ୍ରାୟ 20 ରୁ 25 କିଲ ଗୋମାଂସ ରହିଛି l

ବର୍ତ୍ତମାନ ଆନ୍ଦ୍ରପ୍ରଦେଶ ର ଇଛାପୁର ପୋଲି ସ ଗୋମାଂସ ବୋଝେଇଟ୍ରକ ସହ ଦୁଇ ଜଣଙ୍କୁ ଇଚ୍ଛାପୁର ଟାଉନ୍ ଥାନାରେ ଅଟକ ରଖାଯାଇ ପଚରା ଉଚୁରା ଚଳାଇଛି l ଏହି ଗୋମାଂସ ବୋଝେଇ ଟ୍ରକ କୁ ବଜରଙ୍ଗ ଦଳର ଓଡ଼ିଶା ରାଜ୍ୟ ସହ ସଂଯୋଜକ ଅମ୍ବିକା ଦାସ ଓ ରଜ୍ୟ*ସାପ୍ତାହିକ ମିଳନ ର ପ୍ରମୁଖ ସୁଶାନ୍ତ କୁମାର ବେହେରା ସମେତ ଗଞ୍ଜାମ ଜିଲ୍ଲାରୁ ନୀଳାଚଳ ଭାଇ ଓ ଅନେକ କାର୍ଯ୍ୟକର୍ତ୍ତା ମାନେ ଏହି ଗୋମାଂସ ବୋଝେଇ ଟ୍ରକ ଜବତ କାର୍ଯ୍ୟରେ  ସାମିଲ ଥିଲେ l

Nalco
Leave A Reply