ବାଦଲ ଭୂୟାଁ : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ଗରିବ ମାଆ ଭଉଣୀ ମାନଙ୍କୁ ନୂଆ ଉର୍ଜ୍ଜା ଦେଇଛି । କରୋନାର ଲକ୍ଡାଉନ୍ ବେଳେ ଦେଶର ଏକ ହଜାରରୁ ଅଧିକ ଉଜ୍ଜ୍ୱଳା ଲାଭାର୍ଥୀଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଚାରିବର୍ଷ ପୂର୍ତ୍ତି ଅବସରରେ ଏହି ଭିଡ଼ିଓ କନ୍ଫେରେନ୍ସରେ ଓଡ଼ିଶା, ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ମହିଳା ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଶ୍ରୀ ପ୍ରଧାନ କଥା ହୋଇଥିଲେ । ସେମାନେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଓ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ୟାସ ଯୋଗାଣ ସମ୍ବନ୍ଧରେ କଥା ହୋଇ ସେମାନେ ନିଜ ନିଜ ଅନୁଭୂତି ବାଣ୍ଟିଥିଲେ ।
ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଡାଲି, ଗ୍ୟାସ, ଜନଧନ ଯୋଜନାରେ ଟଙ୍କା, କୃଷକ ସମ୍ମାନ ନିଧିରେ ଟଙ୍କା ମିଳିଛି କି ନାହିଁ କଥା ହୋଇଥିଲେ । ଭାରତରେ ପ୍ରତିବର୍ଷ ଘରୋଇ ଧୂଅାଁ କାରଣରୁ ପାଞ୍ଚଲକ୍ଷ ମହିଳାଙ୍କ ମୃତୁ୍ୟ ହେଉଥିଲା । ତେବେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ମହିଳାଙ୍କ କଥା ଚିନ୍ତା କଲେ ଓ ତାଙ୍କ ଦୂରଦୃଷ୍ଟି କାରଣରୁ ଉଜ୍ଜ୍ୱଳା ଯୋଜନା ୨୦୧୬ ମଈ ପହିଲାରେ ଆରମ୍ଭ ହେଲା । ଇତିମଧ୍ୟରେ ଚାରି ବର୍ଷ ଭିତରେ ଏହି ଯୋଜନାରେ ଆଠ କୋଟିରୁ ଉଦ୍ଧ୍ୱର୍ ଗରିବ ପରିବାରଙ୍କ ଘରେ ଗ୍ୟାସ ପହଞ୍ଚô ପାରିଛି । ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ବାର ମଜଭୁତ୍ କରିବା ପାଇଁ କୋଡିଏ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନିମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି ।
ଏଯାବତ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୬.୨୮କୋଟିରୁ ଉଦ୍ଧ୍ୱର୍ ଏଲପିଜି ସିଲିଣ୍ଡର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ମନ୍ତ୍ରୀ ମହୋଦୟ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କୁ ଘରେ ମାକ୍ସ ପ୍ରସ୍ତୁତ କରି ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ହାତ ଧୋଇବା ଓ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ଼ କରିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ଉପରେ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଚାରି ବର୍ଷ ପୁରିଛି । ଏହି ଯୋଜନାରେ ସାରା ଦେଶରେ ୪.୫୩ କୋଟି ମହିଳା ଉପକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ୨୬.୬ ଲକ୍ଷ ମହିଳା । କୋଭିଡ଼-୧୯ ଯୋଗୁ ଲକ୍ଡାଉନ୍ ସମୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଥିବାରୁ ବହୁ ହିତାଧିକାରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୦୧୬ ମଇ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲେ । ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ସହିତ ରୋଷେଇ ଘରକୁ ଧୂଅାଁମୁକ୍ତ କରିବା ଥିଲା ଏହି ଯୋଜନାର ମୂଳ ଉଦେ୍ଦଶ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସକି୍ରୟ ତତ୍ତ୍ୱାବଧାନରେ ଏହି ଯୋଜନା ଦେଶବ୍ୟାପୀ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଉଛି । ସୂଚନା ଅନୁସାରେ ଦେଶରେ ଥିବା ୨୭କୋଟି ୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି । ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ରିଫିଲିଂ କରାଯାଇଛି । ସେହିଭଳି ଓଡ଼ିଶାର ୨୬.୬ ଲକ୍ଷ ମହିଳା ହିତାଧିକାରୀ ଏହି ଯୋଜନାରୁ ଉପକୃତ ହୋଇଛନ୍ତି ।
ଏମାନେ ସମସ୍ତେ ଏପ୍ରିଲ ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର ପାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ମୋଟ ୮୮.୫ ଲକ୍ଷ ଏଲପିଜି ହିତାଧିକାରୀଙ୍କ ମଧ୍ୟରୁ ୪୭.୫ ଲକ୍ଷ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି । ଅନ୍ୟପକ୍ଷରେ ଲକ୍ଡାଉନ୍ ସମୟରେ ଗ୍ୟାସ ସିଲିଣ୍ଡର ଯୋଗାଇଥିବାରୁ ଓଡ଼ିଶା ସମେତ ଦେଶର ବହୁ ମହିଳା ହିତାଧିକାରୀ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଥାଉକି ସାରାବିଶ୍ୱରେ ଏବେ ଏହି ଯୋଜନାକୁ ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ଅନ୍ତର୍ଜାତୀୟ ଅଧ୍ୟୟନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗ୍ୟାସ ଚୁଲାରେ ରୋଷେଇ କରିବା ଦ୍ୱାରା ଦେଶର ଗରିବ ମହିଳାମାନେ ପାରମ୍ପରିକ ଜାଳେଣି ଚୁଲିରେ ରୋଷେଇ କରିବାରୁ ମୁକ୍ତି ପାଇଛନ୍ତି ।
ଧୂଅାଁମୁକ୍ତ, ସୁସ୍ଥ ପରିବେଶ ମଧ୍ୟରେ ରୋଷେଇ କରିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିପାରିଛି । ଓଡ଼ିଶାର ପ୍ରତିନିଧିତ୍ୱ କରି କେନ୍ଦ୍ର କ୍ୟାବିନେଟରେ ମୋଦୀ-ଶାହା ଯୋଡ଼ିଙ୍କ ଅତ୍ୟନ୍ତ ବିଶ୍ୱାସଭାଜନ ହୋଇପାରିଥିବା ଧର୍ମେନ୍ଦ୍ର ବାବୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଓଡ଼ିଶାର ବିକାଶରେ ସହଯୋଗ ଲଗାତାର ଜାରି ରଖିଛନ୍ତି । ରାଜନୀତି ପଛ ସାମଗ୍ରୀକ ଭାବେ ଓଡ଼ିଶାର ଏବଂ ନିଜ ଜନ୍ମ ମାଟିର ବିକାଶର ଅଭିବୃଦ୍ଧି ଯେ ପ୍ରଥମ ସେ ଏହାକୁ ଗୁରୁତ୍ୱ ଦେଇଛନ୍ତି । ତାଙ୍କରି ବ୍ୟକ୍ତିନିଷ୍ଠ ଉଦ୍ୟମ ଦ୍ୱାରା କେନ୍ଦ୍ର ସରକାର ଓଡ଼ିଶାର ପର୍ଯ୍ୟାପ୍ତ ପରିମାଣର ସହାୟତା ପାଣ୍ଠି ପ୍ରଦାନ କରୁଛନ୍ତି । ଓଡ଼ିଶାର ବିକାଶରେ ଦଳମତ, ବ୍ୟକ୍ତିଗତ ଟିପ୍ପଣୀ ଠାରୁ ଉଦ୍ଧ୍ୱର୍ରେ ରହି ସେବାକଲେ ଏ ଜାତି ସବୁଦିନ ପାଇଁ କୃତବିଦ୍ୟ ରାଜନେତା ମାନଙ୍କୁ ଓ ଲୋକପ୍ରତିନିଧି ମାନଙ୍କୁ ମନେରଖିବ ନିଶ୍ଚୟ ।