ବନ୍ତଳା: ମହାମାରୀ କରୋନା ସମଗ୍ର ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଥଣ୍ଡା, କାଶ, ଜ୍ୱର ହେଲେ ଆତଙ୍କିତ ହୋଇ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ମହମାରୀ କରୋନା ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଚାଲିଥିବା ଯୋଗୁଁ ଗାଡି ମଟର ଚାଲୁନଥିବାରୁ ଗ୍ରାମାଚଂଳର ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ସମସ୍ତ ଗ୍ରାମାଚଂଳ ମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ ସଠିକ୍ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରୁ ନଥିବା ନଜରକୁ ଆସିଛି । ଅନୁଗୁଳ ବ୍ଲକ ତଳଗଡ଼ ପଚାଂୟତରେ ଏକ ସରକାରୀ ହୋମିଓପାଥିକ ଚିକିତ୍ସାଳୟ ଅଛି ।
ହେଲେ ଏହା ଏବେ ପ୍ରାୟ ୨ ମାସ ହେବ ବନ୍ଦ ହୋଇ ରହିଛି । ଏହି ହୋମିଓପାଥିକ ଚିକିତ୍ସାଳୟରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ ସରକାର କରୋନା ଚିକିତ୍ସାରେ ନିୟୋଜିତ କରିଥିବା ଜଣାଯାଇଛି । ଯାହା ଫଳରେ କି ପଚାଂୟତର ଅନେକ ଲୋକ ନାହଁ ନଥିବା କଷ୍ଟ ଭୋଗୁଛନ୍ତି । ମୁଖ୍ୟତଃ ବୃଦ୍ଧ, ବୃଦ୍ଧା ଓ ଛୋଟ ପିଲା ହୋମିଓପାଥିକ ଔଷଧ ଉପରେ ନିର୍ଭର କରନ୍ତି । ହୋମିଓପାଥିକ ଚିକିତ୍ସାଳୟ ବନ୍ଦ ହୋଇ ରହିଥିବାରୁ ହୋମିଓପାଥିକ ଔଷଧ ଉପରେ ନିର୍ଭର କରି ରହୁଥିବା ବୃଦ୍ଧ, ବୃଦ୍ଧା ଓ ଛୋଟ ପିଲାମାନେ ବହୁ କଷ୍ଟରେ ରହୁଥିବା ଦେଖୁବାକୁ ମିଳୁଛି । ତେଣୁ ତୁରନ୍ତ ବନ୍ଦ ହୋଇ ରହିଥିବା ହୋମିଓପାଥିକ ଚିକିତ୍ସାଳୟରେ ନୂତନ ଡାକ୍ତରଙ୍କୁ ନିୟୋଜିତ କରାଯାଉ ବୋଲି ପଚାଂୟତବାସୀ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଲିଖିତ ଭାବେ ଦାବୀ କରିଛନ୍ତି ।