ୟୁଜିସି ପକ୍ଷରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ବହୁତ ବଡ଼ ଉପହାର ମିଳିଛି l ଆର୍ଟ୍ସ , ସାଇନ୍ସ ଓ କମର୍ସ ଷ୍ଟ୍ରିମ ରେ ଦ୍ୱାଦଶ ପଢ଼ୁଥିବା ଛାତ୍ରଛାତ୍ରୀ ବର୍ତମାନ ନିଜ ପସନ୍ଦ ଯେକୌଣସି କୋର୍ସ ରେ ଆଡ଼ମିସନ ନେଇପାରିବେ l ସହଜ ଶବ୍ଦରେ କହିବାକୁ ଗଲେ ଆର୍ଟ୍ସ ଓ କମର୍ସ ଷ୍ଟ୍ରିମ ର ଛାତ୍ରଛାତ୍ରୀ ସାଇନ୍ସ ସହିତ ଜଡିତ ଯେକୌଣସି କୋର୍ସ କରିପାରିବେ l
କିନ୍ତୁ ଏହାକୁ ନେଇ ରହିଛି ଗୋଟିଏ ସର୍ତ୍ତ –
ବିଶେଷ କଥାଟି ହେଲା ଏଥିପାଇଁ ୟୁଜିସି ପକ୍ଷରୁ ଗୋଟିଏ ସର୍ତ ରହିଛି, ସେଥିପାଇଁ ଛାତ୍ରଛାତ୍ରୀ ମାନେ ସେହି ସବଜେକ୍ଟ କୋର୍ସ ରେ ଆଡ଼ମିସନ ନେଇପାରିବେ କିନ୍ତୁ ସେଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେହି କୋର୍ସ ଭୁକ୍ତ ନେସନାଲ ଏଣ୍ଟ୍ରାନ୍ସ ଟେଷ୍ଟ କିମ୍ବା ୟୁନିଭର୍ସିଟି ସହିତ ଜଡିତ ପ୍ରବେଶିକା ପରୀକ୍ଷାରେ ପାସ କରିବାକୁ ପଡିବ l ଏହାଛଡା ଛାତ୍ରଛାତ୍ରୀ ମାନେ ଦ୍ୱାଦଶ ର ଷ୍ଟ୍ରିମ ରୁ ହଟି ନିଜର ପସନ୍ଦ ଯୋଗ୍ୟ ସବ୍ଜେକ୍ଟ ରେ ପୋଷ୍ଟ ଗ୍ରାଜୁଏସନ କରିପାରିବେ l
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ନେସନାଲ ଏଜୁକେସନ ପଲିସୀ ର ସୁପାରିଶ ଅନୁସାରେ ଶିକ୍ଷାକୁ ସହଜ କରିବାକୁ ଯାଇ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ କୋର୍ସ ରେ ଆଡ଼ମିସନ କୁ ନେଇ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି l ବର୍ତମାନ ପର୍ଯ୍ୟନ୍ତ ଆର୍ଟ୍ସ ଷ୍ଟ୍ରିମ ରୁ ପାସ ଆଉଟ ଛାତ୍ରଛାତ୍ରୀ ସାଇନ୍ସ କିମ୍ବା କମର୍ସ ରେ ଶିକ୍ଷା ଗ୍ରହଣ କରିପାରିବେ l ଏହାଛଡା ଫିଜିକ୍ସ, ବାୟୋଲୋଜି କିମ୍ବା ମ୍ୟାଥ ରେ ଗ୍ରାଜୁଏସନ କରିପାରିବେ l ୟୁଜିସି ଚେୟାରମ୍ୟାନ ପ୍ରଫେସର ଏମ.ଜଗଦୀଶ କୁମାର କହିଛନ୍ତି ଆଗାମୀ ଭବିଷ୍ୟତ ରେ ଏହି ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀ ଙ୍କ ପାଇଁ ଗୋଟିଏ ଭଲ ନିଷ୍ପତି ହେବ l