ଠାକୁରମୁଣ୍ଡା ତା ୦୩/୦୫ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଗ୍ରାମରେ ବିଷାକ୍ତ ଜଙ୍ଗଲି ଛତୁ ଖାଇ ରବିବାର ଦିନ ଗୋଟିଏ ପରିବାର ର ୧୦ ଜଣ ଅସୁସ୍ଥ ହୋଈ ପଡିଛନ୍ତି।ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ ଶିଶୁ ଓ ଜଣେ ବାଳିକା ଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ଚମକପୁର ଗ୍ରାମର ଆଶ୍ରମ ନାୟକ ଙ୍କ ପରିବାର ର ସଦସ୍ୟ ମାନେ ନିକଟରେ ଥିବା ଜଙ୍ଗଲ ରେ ଫୁଟିଥିବା ଛତୁ ଆଣି ଘରେ ରୋଷେଇ କରି ଖାଇବା ପରେ ଘରେ ଜଣକ ପରେ ଜଣେ ସଦସ୍ୟ ଅସୁସ୍ଥ ହୋଇ ମୁଣ୍ଡ ବୁଲାଇବା ସହିତ ବାନ୍ତି କରି ଥିଲେ। ଦିନ ପ୍ରାୟ ୪ ଟା ସମୟ ରେ ସମସ୍ତ ଅସୁସ୍ଥ ଙ୍କୁ ଗ୍ରାମର ଆଶା କର୍ମୀ ରିନୁ ସେଠୀ ଙ୍କ ସହାୟତା ରେ ପରିବାର ର ମୋଟ ୧୦ ଜଣ ଅସୁସ୍ଥ ଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପରିବାର ର ଆଶ୍ରମ ନାୟକ(୫୨),ପୁଷ୍ପଲତାନାୟକ(୭୫),ତୁ ଳସୀ ନାୟକ(୫୦),ରଜବତୀ ନାୟକ(୩୫),ସୁକାନ୍ତି ନାୟକ(୩୫),ଆଶିଷ ନାୟକ(୧୩) ,ରୂପଲି ନାୟକ(୧୬),ଦେବାଶିଷ ନାୟକ(୧୦),ଦୀପଲି ନାୟକ(୧୪),ଦେବଯାନୀ ନାୟକ(୦୪) ଏହି ୧୦ ଜଣ ଅସୁସ୍ଥ ସଦସ୍ୟ ମାନଙ୍କ ର ଚିକିତ୍ସା କରାଯାଉଥିବା ବେଳେ ସେଥି ମଧ୍ୟରୁ ଗୁରୁତର ଥିବା ୪ ବର୍ଷ ର ଶିଶୁ ଦେବଯାନୀ ଓ ୧୪ ବର୍ଷ ର ବାଳିକା ଦୀପଲି କୁ ସ୍ଥାନାନ୍ତର କରାଯାଇଛି।