ପାଣିକୋଇଲି, ୩୦ା୫ : କରୋନା ଡରରେ ବିଭିନ୍ନ ରାଜ୍ୟର ଶ୍ରମିକମାନେ ନିଜ ଘରକୁ ଫେରିବା ଜାରି ରହଛି । ଏହି କ୍ରମରେ ଆଜି ପାଣିକୋଇଲିରେ ଝାଡଖଣ୍ଡ ଶ୍ରମିକଙ୍କୁ ଫେରାଇ ନେବାକୁ ୨ଟି ବସ ଆସିଛି । ଝାଡଖଣ୍ଡର ଯେଉଁ ଶ୍ରମିକ ମାନେ ଯାଜପୁର ଜିଲ୍ଲାରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟକରୁଥିଲେ ଓ ସେମାନେ ସେମାନଙ୍କ ନାମ ତାଙ୍କ ରାଜ୍ୟରେ ପଂଜୀକୃତ କରିଛନ୍ତି ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବାକୁ ତାଙ୍କ ରାଜ୍ୟ ସରକାରଙ୍କ ପକ୍ଷରୁ ବସ ପଠାଯାଇଥିବା ସୂଚନା ମିଳିଛି । ଗୋଟିଏ ବସ କଳିଙ୍ଗ ନଗର ଶିଳ୍ପାଂଚଳକୁ ଯିବା ସହ ଅନ୍ୟ ବସଟି ପାଣିକୋଇଲିରେ ରହିଛି