Odisha news

ବିଳମ୍ବିତ ରାତିରେ ସୁରତରୁ ଛତ୍ରପୁର କୁ ଦୁଇଟା ବସରେ ଫେରିଲେ 137ଜଣ ପ୍ରବାସୀ ଓଡ଼ିଆ

0
3/5:ଶନିବାର ବିଳମ୍ବିତ ରାତିରେ ସୁରତରୁ ଗଞ୍ଜାମ ଜ଼ିଲ୍ଲା ର  ଛତ୍ରପୁର ବ୍ଲକ ଅର୍ନ୍ତଗତ ବଡ଼ମାଧପୁରକୁ ବସ୍ ରେ ଦୁଇଜଣ ଶିଶୁ ସମେତ ୬୫ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଲକ୍ ଡାଉନ୍ ବୃଦ୍ଧି ପାଉଥିବା ବେଳେ ପେଟର ଭୋକ ଓ ଅନ୍ୟ ଅସୁବିଧା ପାଇଁ ସୁରତରୁ ପଞ୍ଜିକରଣ କରି ଗୁରୁବାର ଦିନ ନିଜସ୍ୱ ଖର୍ଚ୍ଚରେ ପ୍ରବାସୀ ଓଡ଼ିଆ ମାନେ ବସ୍ ରେ ବାହାରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଳମ୍ବିତ ରାତିରେ ତାଙ୍କୁ ବଡ଼ମାଧପୁର ସ୍ଥିତ ଧୀରେଶ୍ୱର ବିଦ୍ୟାପୀଠ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଯାଚଂ କରି ସେମାନଙ୍କ ନାମ ପଞ୍ଜିକରଣ କରି ଅସ୍ଥାୟୀ କ୍ୱାରେନ୍ ଟାଇନ୍ କେନ୍ଦ୍ରରେ ରଖାଯାଇଛି ।
ଏହି ୬୫ଜଣଙ୍କ ମଧ୍ୟରୁ ୪୦ଜଣ ବଡ଼ମାଧପୁର ପଂଚାୟତର ହୋଇଥିବା ବେଳେ ବଳକା ଆସିକା, କୋଦଳା, ପୁରୁଷୋତମପୁର, ଖଲିକୋଟ, ବେଗୁନିଆପଡ଼ା, ଧରାକୋଟ ବ୍ଲକ ର ରହିଥିବା ଜଣାପଡ଼ିଛି । ଏମାନଙ୍କୁ ପ୍ରଥମେ କ୍ୱାରେନଟାଇନ୍ କେନ୍ଦ୍ରକୁ ପୁଲିସ ଏସକଟ୍ ମାଧ୍ୟମରେ ଅଣାଯାଇଥିଲା । ଏହା ପରେ ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ  ବରୁଣ କୁମାର ପାଣିଗ୍ରାହୀ , ଡ. ପୂର୍ଣ୍ଣ ରାଓ, ଡ. ସ୍ମୃତି ନାହାକ,  ସୁପରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା, ପୂର୍ଣ୍ଣ ବେହେରା ଓ ରୂପେଶ ପାଣିଗ୍ରାହୀ ପ୍ରମୁଖ ଜଣ ଜଣ କରି ପ୍ରବାସୀ ଓଡ଼ିଆ ମାନଙ୍କ ସ୍ୱାସ୍ଥ୍ୟ ଯାଚଂ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ତଥ୍ୟ ପଚାର ବୁଝିଥିଲେ । ଏଥି ମଧ୍ୟରୁ ୬ଜଣଙ୍କୁ ସାମାନ୍ୟ ଜ୍ୱର ରହିଥିବା ବେଳେ ସେମାନଙ୍କୁ ଆଜି ସ୍ୱାବ୍ ଟେଷ୍ଟ୍ କରିବା ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି ।
ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟଂଶ ରଞ୍ଜନ ଛୋଟରାୟ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । କ୍ୱାରେନ୍ ଟାଇନ୍ ରେ ରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବଡ଼ମାଧପୁର ସରପଂଚ ଶ୍ରୀ ଖୁଂଟିଆ ପଂଚାୟତ ପକ୍ଷରୁ ସେମାନଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି  ।
ସେହିପରି ରବିବାର ଭୋର୍ ୪ଟା ସମୟରେ ସୁରତରୁ ଆଉ ଏକ ବସ୍ ରେ ୭୨ଜଣ ଛତ୍ରପୁର ଆସି ପହଂଚିଛନ୍ତି । ସେଥି ମଧ୍ୟରୁ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ର ପ୍ରବାସୀ ଓଡ଼ିଆ ମଧ୍ୟ ଥିବାର ଜଣାପଡ଼ିଛି । ଏମାନଙ୍କୁ ଚିକଲଖଣ୍ଡି ପଂଚାୟତର ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର କ୍ୱାରେନ୍ ଟାଇନ୍ ସେଂଟରରେ ରଖାଯାଇଛି । ଏହି କେନ୍ଦ୍ରରେ ଏମାନେ ୧୪ଦିନ ରହିବେ । ଏମାନଙ୍କ ପ୍ରତ୍ୟେକ ଦିନ ହାଜିରା ନେବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କରାଯିବ ବୋଲି ସୂଚନା ମିଳିଛି ।

Leave A Reply