ନୂଆଦିଲ୍ଲୀ : ଆଜିକାଲି ମିଡ଼ିଆରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ କେବଳ ଏଲନ ମସ୍କ ଙ୍କ ଚର୍ଚ୍ଚା l ଦୁନିଆର ଏହି ଧନୀ ବ୍ୟକ୍ତିଙ୍କ ଚର୍ଚା ଆଜିକାଲି ବିଶେଷ ଭାବରେ ଆଜିକାଲି ଟୁଇଟ୍ର ଅଧିଗ୍ରହଣ ପରେ ନିଆ ଯାଉଥିବା ନିଷ୍ପତିକୁ ନେଇ କରାଯାଉଛି l ଟୁଇଟର ଜରିଆରେ ଲୋକମାନେ ତାଙ୍କ ଯିଦିଆ ସ୍ଵଭାଵ ଦ୍ୱାରା ପରିଚିତ ହେଉଛନ୍ତି l କିନ୍ତୁ ଆଜି ଆମେ ଏଠାରେ ଜାଣିବା ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ l ଟୁଇଟର ଚଢେଇକୁ ସ୍ୱାଧୀନତା ଦେଇଥିବା ଏଲନ ମସ୍କ ୫ଜଣ ସୁନ୍ଦରୀଙ୍କ ଜାଲ ରେ , ଆସନ୍ତୁ ଜାଣିବା ମସ୍କ ଙ୍କର ପ୍ରେମ ଜୀବନ ବିଷୟରେ l
୧ ନମ୍ବର ରେ – କ୍ବିବିନ୍ସ କଲେଜ ରେ ପଢ଼ୁଥିବା ସମୟରେ ଏଲନ ଜଷ୍ଟିନ ଙ୍କୁ ନିଜର ହୃଦୟ ଦେଇ ବସିଲେ, କିଛିଦିନ ରିଲେସନସିପ ରେ ରହିବ ପରେ ବିବାହ କରିବା ନିଷ୍ପତି ନେଲେ ଓ ବିବାହ କରିଥିଲେ l ବିବାହର ୮ବର୍ଷ ପରେ ଉଭୟ ବିବାହ ବିଚ୍ଛେଦ ନେଇଥିଲେ l
୨ନମ୍ବର ରେ – ଜଷ୍ଟିନ ଙ୍କ ପରେ ମସ୍କ ବ୍ରିଟିଶ ଅଭିନେତ୍ରୀ ତାଲୁଲାହ ରିଲେ ଙ୍କ ସଂସ୍ପର୍ଶରେ ଆସିଥିଲେ l ୨୦୧୦ ରେ ଉଭୟ ବିବାହ କରିଥିଲେ l କିନ୍ତୁ ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା l ଏହାପରେ ପୁନର୍ବାର ଆଉ ଥରେ ବିବାହ କରିବାର ନିଷ୍ପତି ନେଇଥିଲେ ଓ ପୁଣି ଗୋଟିଏ ବର୍ଷ ସାଥି ହୋଇ ରହିବା ପରେ ବିବାହ ବିଚ୍ଛେଦ ଘଟି ଥିଲା l
୩ନଂବର – ଏଲନ ମସ୍କ ଜୀବନରେ ଆସିଥିବା ତୃତୀୟ ସୁନ୍ଦରୀ ହେଲେ ହଲିଉଡ଼ ଅଭିନେତ୍ରୀ ଏମ୍ବର ହାର୍ଡ , ଉବୟଙ୍କ ସମ୍ପର୍କ କୁ ନେଇ ଚର୍ଚା ସେତେବେଳେ ଖୁବ ଜୋର ଧରିଥିଲା l ଉଭୟ କିଛିଦିନ ସମ୍ପର୍କ ରେ ରହିବା ପରେ ବିବାହ ନକରି ଅଲଗା ହୋଇ ଯାଇଥିଲେ l
୪ ନମ୍ବର – ଏଲନ ମସ୍କ ଏହାପରେ କାନାଡ଼ା ର ଗାୟିକା ଗ୍ରିମଶ୍ ଙ୍କୁ ନିଜର ହୃଦୟ ଦେଇ ବସିଥିଲେ l ୨୦୧୮ ରେ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେଲା l ଉଭୟ ପ୍ରାୟ ୩ବର୍ଷ ପର୍ଯ୍ୟନ୍ତ ରିଲେସନସିପ ରେ ରହିଥିଲେ ସୁଦ୍ଧା ବିବାହ କରି ନଥିଲେ l ଏହାପରେ ଅଲଗା ହୋଇ ଯାଇଥିଲେ l
୫ନଂବର – ବର୍ତମାନ ମସ୍କ ଙ୍କ ଜୀବନରେ ନତାସା ବେସେଟ ଅଛନ୍ତି l ଏହା ମସ୍କ ଙ୍କର ପଞ୍ଚମ ପ୍ରେମ l ଇଏ ଜଣେ ଅଷ୍ଟ୍ରେଲିଆ ଅଭିନେତ୍ରୀ ଯିଏ କି ୨୦୨୨ ରୁ ମସ୍କ ଙ୍କ ସହିତ ରିଲେସନସିପ ରେ ଅଛନ୍ତି l ୨୭ ବର୍ଷୀୟା ନତାସା ଗୋଟିଏ ଇଣ୍ଟରଭିୟୁ ରେ କହିଥିଲେ ସେ ମସ୍କ ଙ୍କୁ ନୁହେଁ ତାଙ୍କ ବୁଦ୍ଧିମାନ ମସ୍ତିଷ୍କ କୁ ଭଲ ପାଆନ୍ତି l