ନୂଆଦିଲ୍ଲୀ : କନ୍ନଡ଼ ଫିଲ୍ମ ଜଗତ ପାଇଁ ୨୦୨୨ ଖୁବ ପ୍ରଭାବଶାଳୀ ହୋଇଛି l ଅପ୍ରେଲ ମାସରେ ରିଲିଜ ହୋଇଥିବା ‘KGF 2’ ଭାରତୀୟ ବକ୍ସ ଅଫିସ ରେ ଧୂଆଁଧାର ପ୍ରଦର୍ଶନ ଓ ରୋଜଗାର କରିଥିଲା l ଏହାପରେ ବର୍ତମାନ ରିଷଭ ସେଟ୍ଟୀ ଙ୍କ ‘କାନ୍ତାର ‘ ଦ୍ରୁତଗତିରେ ଆଗେଇ ଚାଲିଛି l ଯାହାକି ବକ୍ସଅଫିସ ଏକ୍ସପର୍ଟ ଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ହୋଇ ଯାଇଛି l
ସେପ୍ଟେମ୍ବର ୩୦ ତାରିଖରେ ରିଲିଜ ହୋଇଥିବା କାନ୍ତାରା ର ୪୦ ଦିନ ସମ୍ପୂର୍ଣ ହୋଇ ଯାଇଛି, ଏହି ଚଳଚିତ୍ରଟିର ଓପନିଂ କଲେକ୍ସନ ଠାରୁ ମଧ୍ୟ ଅଧିକ ରୋଜଗାର ହୋଇ ଚାଲିଛି l ଏହି ଚାଳଚିତ୍ର ଟିକୁ ହିନ୍ଦୀରେ ଅକ୍ଟୋବର ମାସ ୧୪ ତାରିଖ ରିଲିଜ କରାଯାଇ ଥିଲା , ଚତୁର୍ଥ ସପ୍ତାହ ରେ ଚାଲିଥିବା କାନ୍ତାରା ପୁନର୍ବାର ବକ୍ସ ଅଫିସ ରେ ଧମାକା ସୃଷ୍ଟି କରିଛି l ଭାରତୀୟ ଚଳଚିତ୍ର ବକ୍ସ ଅଫିସ ଓ ହିନ୍ଦୀ ଚଳଚିତ୍ର ରେ କାନ୍ତାରା ନାମରେ ପରମାନେଣ୍ଟ ମୋହର ଲାଗିବାକୁ ଯାଉଛି l
ଉରୀ ପରେ ଏହା ବକ୍ସ ଅଫିସ ରେ ରେକର୍ଡ ଭାଙ୍ଗିଲା –
ଭାରତୀୟ ବକ୍ସ ଅଫିସ ରେ କାନ୍ତାରା ବର୍ତମାନ ୬ ସପ୍ତାହ ପୁରା କରିନାହିଁ l ପ୍ରଥମ ତିନି ଦିନର କାନ୍ତାରା ୧୭.୫୪ କୋଟି ରାଙ୍କ କଲେକ୍ସନ ହୋଇଛି l ୨୦୧୯ ରେ ବିକ୍କୀ କୌଶଳ ଅଭିନୀତ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ ‘ ପ୍ରଥମ ୬ଦିନ ରେ ୧୧ .୬୦ କୋଟି ଟଙ୍କାର ବ୍ୟବସାୟ କରିଥିଲା l କିନ୍ତୁ କାନ୍ତାରା ଉରୀ ର ରେକର୍ଡ ଭାଙ୍ଗିଛି ବୋଲି ଚଳଚିତ୍ର ବିସ୍ଲେସକ ମାନେ ମତ ଦେଇଛନ୍ତି l