Odisha news

ଗ୍ରହଣ ଛାଡ଼ିବା ପରେ କରନ୍ତୁ ଏହିସବୁ କାର୍ଯ୍ୟ, ଦୂର ହେବ ସମସ୍ତ ବାଧା ବିଘ୍ନ

0

ଆଜି କାର୍ତ୍ତିକ ପୂର୍ଣ୍ଣିମା ରେ ଲାଗିଲା ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏମିତିରେ ଦେଖିବାକୁ ଗଲେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଭୌଗଳିକ କାରଣ ଯୋଗୁଁ ଘଟି ଥାଏ । କିନ୍ତୁ ଭାରତୀୟ ହିନ୍ଦୁ ଧର୍ମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେ କୌଣସି ଗ୍ରହଣ ହୋଇଥାଉ ଏହା ଜୀବନ ଉପରେ କିଛି ମାତ୍ରାରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇ ଥାଏ ବୋଲି ଧାରଣା ରହିଛି ।

ବିଶେଷ ଭାବରେ ଦେଖିବାକୁ ଗଲେ ଭାରତ ର ଧାର୍ମିକ ନୀତି ନିୟମ କାଶୀ ପଣ୍ଡିତ ଙ୍କ ଦ୍ଵାରା ସୂଚନା ଦିଆଯାଉ ଥିବା ବେଳେ ଓଡ଼ିଶାର ଧାର୍ମିକ ନୀତିନିୟମ ପୁରୀ ଶ୍ରୀ ମନ୍ଦିରର ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ ।

ଏହି ନୀତି ନିୟମ କୁ ଆଖି ଆଗରେ ରଖି ଗ୍ରହଣ ପାଶ୍ଚାତ କେଉଁ ସବୁ କାର୍ଯ୍ୟ କରି ରଖିବା ଉଚିତ୍ ନିହାତି ଜାଣିବା ଜରୁରୀ ।

ଚନ୍ଦ୍ର ଗ୍ରହଣ ପାଶ୍ଚାତ ଏହି ସବୁ କାର୍ଯ୍ୟକୁ କରିବା ଆବଶ୍ୟକ -:
– ଶାସ୍ତ୍ର ଅନୁସାରେ ଗ୍ରହଣ ମୋକ୍ଷ ପ୍ରାପ୍ତି କରି ସାରିବା ପରେ ଦାନ କରିବାର ଖୁବ୍ ମହତ୍ତ୍ଵ ରହିଛି । ଗ୍ରହଣ ପରେ ବସ୍ତ୍ର ଓ ଦୁଗ୍ଧ ଦାନ କରିବା ଶୁଭ ଅଟେ, ଏହାଦ୍ବାରା ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

– ଚନ୍ଦ୍ରମା ଙ୍କ ସମ୍ପର୍କ ଶୁଭ୍ର ରଙ୍ଗର ବସ୍ତୁ ସହିତ ରହିଥାଏ , ତେଣୁ ଚନ୍ଦ୍ର ଗ୍ରହଣ ପାଶ୍ଚାତ ମିଶ୍ରି ଓ ଧଳା ବସ୍ତ୍ର ଦାନ କରିବା ଦ୍ୱାରା ପାରିବାରିକ କଳହ ଦୂର ହୋଇଥାଏ ।

– ଯଦି ଆପଣଙ୍କ ର ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ରେ ବାଧା ଉପୁଜିଛି ତେବେ ଆଜି ଚନ୍ଦ୍ରଗ୍ରହଣ ପରେ ଧଳା ମୋତି ଦାନ କରନ୍ତୁ । ଧଳା ମୋତି ଚନ୍ଦ୍ରମା ଙ୍କ କାରକ ଅଟେ ।

– ଯଦି ତ୍ୱଚା ଜନିତ ସମସ୍ୟା ହେଉଛି ତେବେ ଗ୍ରହଣ ପରେ ଚନ୍ଦ୍ରଙ୍କ ନିକଟରେ ଅର୍କ ଅର୍ପଣ କରନ୍ତୁ ।

– ଧାର୍ମିକ ମାନ୍ୟତା ଅନୁସାରେ ଅକ୍ଷତ ଅର୍ଥାତ୍ ଚାଉଳ ସୁଖ ସମୃଦ୍ଧି ର ପ୍ରତୀକ ଅଟେ । ତେଣୁ ଗ୍ରହଣ ପରେ ଚାଉଳ ଓ ଦୁଗ୍ଧ ଅର୍ପଣ କରନ୍ତୁ ।

Nalco
Leave A Reply