Odisha news

ପ୍ରତିଦିନ ସକାଳୁ ମାତ୍ର ପିଅନ୍ତୁ ଗୋଟିଏ ଗ୍ଲାସ ହଳଦୀ ପାଣି, ଏବଂ ଦୂର କରନ୍ତୁ ୫ଟି ଶାରୀରିକ ସମସ୍ୟା

0

ରୋଷେଇ ଘରେ ବ୍ୟବହୃତ ହେଉଥିବା ହଳଦୀ କେବଳ ଖାଇବା ପାଇଁ ପ୍ରଯୁଜ୍ୟ ନୁହେଁ, ଏହା ଗୋଟିଏ ସ୍ୱାସ୍ଥ୍ୟର ଗନ୍ତାଘର ଅଟେ l ଏବଂ ଆମ ଶରୀରରୁ ଅନେକ ସଂକ୍ରମଣ କୁ ଦୂର କରିବାରେ ସାହାଯ୍ୟ କରିଥାଏ l ଆୟୁର୍ବେଦ ରେ ହଳଦୀ ଖୁବ ଗୁଣକାରୀ ଅଟେ l ହଳଦୀ ରେ ଭିଟାମିନ ଇ, ଭିଟାମିନ ସି, ପ୍ରୋଟିନ, ଆଇରନ, କପର, ଭିଟାମିନ ଇ, ଫାଇବର ଭଳି ପୋଷାକ ତତ୍ୱ ରହିଥାଏ l ଆୟୁର୍ବେଦ ଅନୁସାରେ ନିୟମିତ ଭାବରେ ହଳଦୀ ପାଣି ସେବନ କରିବା ଶରୀରକୁ ଦେଇଥାଏ ଚମତ୍କାର ଲାଭ l ଏହାଛଡା ତ୍ୱଚା ରେ ବୃଦ୍ଧି କରିଥାଏ ଚମକ l

– ହଳଦୀ ପାଣି ନିୟମିତ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ହଳଦୀ ରେ ପୋଷାକ ତତ୍ୱ ପାଚନ ସମସ୍ୟା ପାଇଁ ଖୁବ ଲାଭଦାୟକ l ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ପାଚନ କ୍ରିୟା ରେ ସୁଧାର କରିବାରେ ସାହାଯ୍ୟ କରିଥାଏ l ଏବଂ ପେଟ ସମ୍ବନ୍ଧିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ l

– ଯେଉଁ ଲୋକ ମଧୁମେହ ରେ ପୀଡିତ ଅଟନ୍ତି, ସେମାନଙ୍କ ପାଇଁ ହଳଦୀ ପାଣି କେଉଁ ରାମବାଣ ଠାରୁ କମ ନୁହେଁ l ହଳଦୀ ପାଣି ବ୍ଲଡ଼ ସୁଗାର ଲେବୁଲ କୁ କମ କରିବାରେ ସାହାଯ୍ୟ କରିଥାଏ l ହଳଦୀ ରେ ଥିବା କରକ୍ୟୁମିନ ମଧୁମେହ ସମସ୍ୟା ପାଇଁ ଗୋଟିଏ ଭଲ ପ୍ରତିକାର ଅଟେ l

– ହଳଦୀ ରେ ଥିବା କରକ୍ୟୁମିନ ହାର୍ଟ ପାଇଁ ମଧ୍ୟ ଖୁବ ଉପକାରୀ l ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ l ଯାହା ହାର୍ଟ ସମ୍ବନ୍ଧିତ ସମସ୍ୟା ପାଇଁ ମଧ୍ୟ ଖୁବ ଉପଯୋଗୀ l ଯଦି ଆପଣ ନିୟମିତ ଭାବରେ ହଳଦୀ ଯୁକ୍ତ ପାଣି ସେବନ କରିବେ ତେବେ ଆପଣଙ୍କ ହାର୍ଟ ହେଲ୍ଥ ରେ ସୁଧାର ଆସିବ l

– ହଳଦୀ ରେ ରହିଥିବା ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ଇମ୍ୟୁନିଟି ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ l ଏହା ଆପଣଙ୍କୁ ଅନେକ ପ୍ରକାର ରୋଗ ଠାରୁ ମଧ୍ୟ ଦୁରେଇ ରଖିବାରେ ସାହାଯ୍ୟ କରେ l ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଉଷୁମ ହଳଦୀ ପାଣି ସେବନ କରିବେ ତେବେ ଏହାଦ୍ୱାରା ଅନେକ ଚମତ୍କାର ଲାଭ ପାଇବେ l

– ତ୍ୱଚା ରେ ଚମକ ଆଣିବା ପାଇଁ ହଳଦୀ ଗୋଟିଏ ଭଲ ବିକଳ୍ପ ଅଟେ , ହଳଦୀ ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସମସ୍ତ ପ୍ରକାର ତ୍ୱଚା ଜନିତ ସମସ୍ୟା ଠାରୁ ଦୁରେଇ ରଖିଥାଏ l ଏପରିକି ଗରମ ଦିନରେ ଯଦି ଆପଣ ନିୟମିତ ଗୋଟିଏ ଗ୍ଲାସ ହଳଦୀ ପାଣି ସେବନ କରିବେ  ତେବେ ଗରମ ଦିନର ତ୍ୱଚା ସଂକ୍ରମଣ ଠାରୁ ଦୁରେଇ ରଖିବେ l

Leave A Reply