ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଯାତ୍ରା ପାଇଁ ସିକୁ୍ୟରିଟି ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି । କଡ଼ାକଡ଼ି ସୁରକ୍ଷା ସତ୍ତେ୍ୱ ସୁରକ୍ଷା ଏଜେନ୍ସି ଆଗ୍ରାରେ ଉକ୍ସଊାତ କରୁଥିବା ପାତିମାଙ୍କଡ଼ଙ୍କ ପାଇଁ ବେଶ୍ ଚିନ୍ତିତ । ଆଗ୍ରା ତାଜମହଲରେ ପାତିମାଙ୍କଡ଼ମାନଙ୍କ ପାଇଁ ସାଧାରଣ ଲୋକେ ଅସୁବିଧାର ସାମ୍ନା କରନ୍ତି । ଏଥିପାଇଁ ଟ୍ରମ୍ପଙ୍କ ସୁରକ୍ଷା ନିମିତ୍ତ ପାଞ୍ଚଟି ମାଙ୍କଡ଼କୁ ବି ନିଯୁକ୍ତ କରାଯାଇଛି । ଆଗ୍ରାର ଯେଉଁ ରାସ୍ତା ଦେଇ ଟ୍ରମ୍ପ ଯାଇଛନ୍ତି ସେହି ସ୍ଥାନରେ ପାଞ୍ଚଟି ହନୁମାଙ୍କଡ଼ ରଖାଯାଇଛି । ଏମାନେ ଅନ୍ୟ ପାତିମାଙ୍କଡ଼ଙ୍କୁ ଭୟଭୀତ କରାଇବାରେ ସାହାଯ୍ୟ କରିବେ । ସାଧାରଣତଃ ଦେଖାଯାଏ ପାତିମାଙ୍କଡ଼ ହନୁମାଙ୍କଡ଼ଙ୍କୁ ଭୟ କରେ । ତେବେ ଟ୍ରମ୍ପ ଓ ତାଙ୍କ ପୂରା ପରିବାରର ସୁରକ୍ଷା ଆମେରିକୀୟ ସିକ୍ରେଟ୍ ସର୍ଭିସ ହ୍ୟାଣ୍ଡେଲ୍ କରିଛି ।