ଫୁଲବାଣୀ: ଆଜି ସ୍ଥାନୀୟ କରୋନେସନ ପଡିଆଠାରେ ରାଜ୍ୟ ସ୍ତରୀୟ ଜନଜାତି ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ଏହି ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା ମାନଙ୍କର ୧୭ ରୁ ୩୫ ବର୍ଷ ବର୍ଗର ପ୍ରତିଯୋଗୀତାକୁ ଜାର୍ୟ ସରକାରଙ୍କ ସୁଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ତଥା ପୁର୍ବତନ ବିଧାୟକ ଖଣ୍ଡପଡା ଅନୁଭବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆନୁଷ୍ଠାନିକ ଭାବରେ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏହି ଖେଳର ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି,ପୁର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ,ଉପାଧ୍ୟକ୍ଷା ସୁରେଖା ପାଟମାଝୀ,ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ,ସ୍ଲାଉର ସୁଦେଶ କୁମାର,ଓଡିଶା ଫୁଟବଲ ଆସୋସିଏସନର ଉପ-ସଭାପତି ହୃଦୟରଞ୍ଜନ ବେହେରା,ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୨୮ତାରିଖ ଯାଏଁ ୫ ଦିନଧରି ଫୁଲବାଣୀର କରୋନେସନ ପଡିଆ ଠାରେ ରାଜ୍ୟସ୍ତରୀୟ ଜନଜାତି ଫୁଟବଲ ପ୍ରତିଯୋଗୀତା ପ୍ରତିଦିନ ସକାଳ ୭ଘଟିକାଠାରୁ ଆରମ୍ଭ ହୋଇ ଏହି ପ୍ରତିଯୋଗୀତାରେ ଦୈନିକ ୪ଟି ଲେଖାଏଁ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଆଜିର ପ୍ରଥମ ମ୍ୟାଚରେ ମହିଳା ବର୍ଗରେ କନ୍ଧମାଳ ଓ କେଉଁଝର ମଧ୍ୟରେ ହୋଇଥିବାବେଳେ କେଉଁଝର ଦଳ ୯-୦ ଗୋଲରେ ବିଜୟୀ ହୋଇଥିବାବେଳେ ମାଲକାନଗିରି ଓ ରାଇରଙ୍ଗପୁର ମଧ୍ୟରେ ପ୍ରତିଯୋଗୀତାରେ ରାଇରଙ୍ଗପୁର ଦଳ ୨୧-୦ ଗୋଲରେ ବିଜୟୀ ହୋଇଥିଲା । ସେହିପରି ପୁରୁଷ ବର୍ଗରେ କନ୍ଧମାଳ ଓ କେଉଁଝର ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ କନ୍ଧମାଳ ଜିଲା ୨-୧ ଗୋଲରେ ବିଜୟୀ ଏବଂ ରାଇରଙ୍ଗପୁର ମାଲକାଲନଗିରି ମଧ୍ୟରେ ପ୍ରତିଯୋଗୀତାରେ ରାଇରଙ୍ଗପୁର ଦଳ ୧୫-୦ ଗୋଲରେ ବିଜୟୀ ହୋଇଥିଲା । ଆସନ୍ତାକାଲି ସକାଳ ୭ଟାବେଳେ କନ୍ଧମାଳ ଓ କୋରାପୁଟ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।