Odisha news

କୋଣାର୍କ ରେ ଚାଲୁଥିବା ଆଂଚଳିକ ଶୀଳ୍ପ ଓ ହସ୍ତକଳା ପ୍ରଦର୍ଶନୀ ରେ କନ୍ଧମାଳ ହଳଦୀ ସହ ବନାରସ ଶାଢୀ ର ଚାହିଦା ବଢିବାରେ ଲାଗିଛି ।

0

କୋଣାର୍କ-ଗତ ୨୩ ତାରିଖ ଠାରୁ ଭାରତ ସରକାରଙ୍କ କ୍ଷୁଦ୍ର,ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠାନ ଓ ଓଡିଶା ସରକାର ଙ୍କର ଏମ.ଏସ.ଏମ.ଏଇ ବିଭାଗ ଓ ଓଡିଶା ଗା୍ରମାଂଚଳ,ସହରାଚଂଳ ର ଉତ୍ପାଦକ ସଂଙ୍ଘ(ଅରୂପା) ମିଳିତ ଆନୁକୂଲ୍ୟ ଓ ଅର୍କଶୀ୍ର ସ୍ୱେଚ୍ଚାସେବୀ ଉଦ୍ୟମରେ କୋଣାର୍କ ଟୁରିଷ୍ଟ ମାର୍କେଟ ଛକ ଠାରେ ଚାଲୁଥିବା ବିଭିନ୍ନ ହସ୍ତକଳା ପ୍ରଦର୍ଶନୀର ସୋମବାର ଥିଲା ଦ୍ୱିତୀୟ ଦିନ । ଏହି ଦ୍ୱିତୀୟ ଦିନରେ ପ୍ରତ୍ୟକ ଷ୍ଟଲ ରେ ଜନସମାଗମ ହେବାସହ ଭାରତର ବିଭିନ୍ନ ଦେଶ ରୁ ଆସିଥିବା ବିଭିନ୍ନ ଷ୍ଟଲ ଯଥା ବନାରସ ଶାଢୀ ଓ ଉତରପ୍ରଦେଶ ରୁ ଆସିଥିବା ଘର ସଜ୍ଜାଇବା କି୍ରଷ୍ଟାଲ ଗ୍ଲାସ ଷ୍ଟଲ ରେ ପର୍ଯ୍ୟଟକ ମାନଙ୍କର ଭିଡ ଲାଗିଥିଲା । ତାହା ଛଡା ଓଡିଶାର ଆଦିବାସୀ ଅଂଚଳ କନ୍ଧମାଳ ରୁ ଢିଙ୍କିକୁଟା ହଳଦୀ ନେବାକୁ ଗା୍ରହାକ ମାନେ ପ୍ରବଳ ଭିଡ ଜମାଇଥିବା ଦେଖାଯାଇଥିଲା । ଏହି ୮ ଦିନିଆ କାର୍ଯ୍ୟକ୍ରମ ଜରିଆରେ ଉଦ୍ୟୋଗ ପତି ମାନଙ୍କୁ ବଜାର ସଂଯୋଗ,ବ୍ୟାପକ ମାର୍କେଟିଂ ବ୍ୟବସ୍ଥା, ବୈଶୟିକ ଜ୍ଞାନ କୌଶଳ,ସରକାରୀ ସହଯୋଗ,ଦ୍ରବ୍ୟ ରପ୍ତାନୀ ଓ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସାହାର୍ଯ୍ୟ କରାଯାଉଥିବା ଅରୂପା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି । ଏବଂ ପ୍ରତିଟି ନାଗରିକଙ୍କ ପାଇଁ ଏହି ପ୍ରଦର୍ଶନି ରେ ମନପସନ୍ଦ ର ଜିନିଷ ସୁଳଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଏହି ପ୍ରଦର୍ଶନୀ ମାଧ୍ୟମରେ ବ୍ୟବସାୟୀ ଓ ଉଦ୍ୟୋଗି ମାନଙ୍କୁ ଏକ ବ୍ୟବସାୟୀକ ନେଟଓ୍ୟାକିଂଙ୍ଗ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତି କରାଯାଉଛି । ଯାହା ଦ୍ୱାରା ଅନ୍ୟ ଅଂଚଳର ବ୍ୟବସାୟୀ ମାନେ ଏହି ପ୍ରଦର୍ଶନୀ ରୁ ଏଠାରୁ ବିଭିନ୍ନ ପ୍ରକାର ଜିନିଷ କ୍ରୟ କରି ନିଜ ଅଂଚଳରେ ସୁଳଭ ମୂଲ୍ୟରେ ହାତ ତିଆରି ଜିନିଷ ମାନ ଖାଉଟି ମାନଙ୍କୁ ଚାହିଦା ମୁତାବକ ଯୋଗାଇ ପାରିବେ । ତାହା ଛଡା ଏହି ପ୍ରଦର୍ଶନୀ ରେ ପ୍ରତିଦିନ ସଂଧ୍ୟା ରେ ଖଅଉଟି ମାନଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ଅରୂପା ର ଉପଦେଷ୍ଟା ଉମେଶ ଚନ୍ଦ୍ର ସ୍ୱାଇଁ, ଅର୍କଶୀ୍ର ର ଅଧିକାରୀ ସୁରେଶ ଚନ୍ଦ୍ରସ୍ୱାଇଁ,ଅରୂପା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଙ୍କ ସହ ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ରହି ସୂଚାର ରୂପେ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.