Odisha news

ଜାହ୍ନବୀଙ୍କ ଇମୋଶନାଲ୍‌ ପୋଷ୍ଟ୍‌

0

ଦୁଇବର୍ଷ ପୂର୍ବେ ୨୪ ଫେବୃୟାରୀରେ ବଲିଉଡ୍‌ର ପ୍ରଥମ ଫିମେଲ୍‌ ସୁପରଷ୍ଟାର୍‌ ଶ୍ରୀଦେବୀଙ୍କର ଦୁବାଇରେ ପରଲୋକ ଘଟିଥିଲା । ସେ ସମୟରେ ଜାହ୍ନବୀ ନିଜର ଡେବୁ୍ୟ ଫିଲ୍ମ ‘ଧଡ଼କ’ ସୁଟିଂ କରୁଥିଲେ । ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବୁକ ହୋଇ ଜାହ୍ନବୀ ମା’ଙ୍କ ସହ ନିଜର ଫଟୋ ସେୟାର କରିଛନ୍ତି । କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ତୁମକୁ ପ୍ରତିଦିନ ମନେ ପକାଉଛି । ଜାହ୍ନବୀଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ରଖିଛନ୍ତି । କରଣ ଜୋହର ଓ ସ୍ମୃତି ଇରାନୀ ହାର୍ଟ ଇମୋଜି ପୋଷ୍ଟ କରିଥିବାବେଳେ ଫ୍ୟାଶନ ଡିଜାଇନର୍‌ ମନୀଷ ମାଲହୋତ୍ରା ଜାହ୍ନବୀଙ୍କ ପ୍ରତି ଭଲପାଇବା ଜତାଇଛନ୍ତି । ଜାହ୍ନବୀଙ୍କୁ ସୁପରଷ୍ଟାର କରିବାର ସ୍ୱପ୍ନ ଦେଖିଥିଲେ ଶ୍ରୀଦେବୀ । ହେଲେ ଜାହ୍ନବୀଙ୍କ ଡେବୁ୍ୟ ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଶ୍ରୀଦେବୀ ୪ ବର୍ଷ ବୟସରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୬ରୁ ୧୯୮୨ ମଧ୍ୟରେ ଅନେକ ତାମିଲ ଓ ତେଲୁଗୁ ଫିଲ୍ମରେ ରଜନୀକାନ୍ତ, କମଲ ହାସନଙ୍କ ଭଳି ସୁପରଷ୍ଟାରଙ୍କ ସହିତ କାମ କରିଥିଲେ । ଜାହ୍ନବୀ ଏବେ ଦୋସ୍ତାନା-୨, ଗୁଞ୍ଜନ ସକ୍ସେନା ଓ ତଖ୍‌ତ ଭଳି ସିନେମାରେ ନଜର ଆସିବେ ।

Nalco

Leave A Reply