Odisha news

ରାଞ୍ଚିରେ ଗୁଳିମାରି ସ୍ୱାମୀଙ୍କୁ ହତ୍ୟା ମାମଲା ଭଦ୍ରକ ବାପଘରେ ରହୁଥିବା ପତ୍ନୀଙ୍କ ସିବିଆଇ ତଦନ୍ତ ଦାବି

0

ଭଦ୍ରକ:ଝାଡଖଖଣ୍ଡ ରାଞ୍ଚି ଠାରେ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀରେ ବିଜିନେଶ ଏକଜ୍ୟìକୁଟିଭ୍‍ ଭାବେ କାର୍ଯ୍ୟରତ ମୁକେଶ ଜଲନ୍‍(୩୬)ଙ୍କୁ କେତେକ ଦୁର୍ବୁତ୍ତ ଗତ ୬ ତାରିଖ ରାତିରେ ଗୁଳିକରି ହତ୍ୟା କରାଯାଇଛି । ଏହି ଘଟଣାରେ ସେଠାକାର ଶୁଖଦେବନଗର ଥାନାରେ ଏକ ହତ୍ୟା ମାମଲା(ନଂ-୬୭/୨୦, ଦଫା-୩୦୨, ୩୪ଆଇପିସି ଓ ୨୭ଆର୍ମସ୍‍ ଆକଫ)ରୁଜୁ କରିଛି । ତେବେ ଆଜିକୁ ୧୭ଦିନ ବିତିଯାଇଥିଲେ ମଧ୍ୟ ସେଠାକାର ପୋଲିସ ହତ୍ୟାକାରୀଙ୍କୁ ଠାବ କରିବାରେ ବିଫଳ ହେବା ନେଇ ଭଦ୍ରକ ବନ୍ତଛକ ଫ୍ରେଣ୍ଡସ୍‍ କଲୋନୀ ଅଞ୍ଚଳର ମୃତକଙ୍କ ପତ୍ନୀ ଓ ବାପଘର ଲୋକ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି । ସ୍ଥାନୀୟ ବାଲ୍‍ଗୋପାଲ ମନ୍ଦିର ସଭାଗୃହରେ ଅନୁଷ୍ଠିତ ଏହି ସମ୍ମିଳନୀରେ, ମୃତକଙ୍କ ପତ୍ନୀ ରେଖା ଜଲନ ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ : ଗତ ୬ତାରିଖ ରାତି ପ୍ରାୟ ୧୦ଟା ୧୨ସମୟରେ ଅଫିସ କାମ ସାରି ଘରକୁ ତାଙ୍କ ସ୍ୱାମୀ ମୁକେଶ ଜଲନ ଚାଲି ଚାଲି ଫେରୁଥିବା ବେଳେ କିଶୋରଗଞ୍ଜ ହରମୁରୋଡ ନଂ-୧ରେ(ଘର ଠାରୁ ମାତ୍ର ୨ଶହ ମିଟର ଦୂର)୨ଟି ବାଇକ୍‍ରେ ୪/୫ଜଣ ଦୁର୍ବୁତ୍ତ ତାଙ୍କ ଉପରେ ୪ରାଉଣ୍ଡ ଗୁଳି ମାରି ଫେରାର୍‍ ହୋଇଯାଇଥିଲେ । ଘଟଣାସ୍ଥଳରେ ସ୍ୱାମୀ ମୁକେଶଙ୍କ ମୃତ୍ୟì ଘଟିଥିଲା । ଘଟଣାରେ ସୁଖଦେବନଗର ଥାନାରେ ସେହିଦିନ ରାତିରେ ପରିବାର ପକ୍ଷରୁ ହତ୍ୟାକାଣ୍ଡ ନେଇ ଲିଖିତ ଅଭିଯୋଗ ହୋଇଥିଲା । ତେବେ ୧୭ିନ ପରେ ବି ପୋଲିସ ନା ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହେଉନି କି ହତ୍ୟାକାରୀଙ୍କୁ ଠାବ କରିବାରେ ସଫଳ ହେଉନି ବୋଲି ମୃତକଙ୍କ ପତ୍ନୀ ଭଦ୍ରକ ନିବାସୀ ରେଖା ଆଜି ସାମ୍ବାଦିକମାନଙ୍କ ନିକଟରେ କୋହଭରା କଣwରେ ପ୍ରକାଶ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ରାସ୍ତାକୁ ଲାଗିଥ୍‍ିବା ସିସିଟିଭି ଫୁଟେଜରେ ହତ୍ୟା ବେଳର ଦୃଶ୍ୟ କ୍ୟାପଚର ହୋଇଥିଲା । ଏହାକୁ ମଧ୍ୟ ପୋଲିସ ଜବତ କରିଛି । ଅନ୍ୟପକ୍ଷରେ ପତ୍ନର ରେଖା ଜଲନ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ଅନୁରୋଧ କରିଥିବା କଥା ସେ ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଥିଲେ । ଉକ୍ତ ଗୁଳିକାଣ୍ଡରେ ସ୍ୱାମୀଙ୍କ ମୃତ୍ୟì ଘଟଣା ପରେ ତାଙ୍କ ରାଞ୍ଚି ସ୍ଥିତ ଶ୍ୱଶୁରଘରେ ଏବେ ବୃଦ୍ଧ ଶ୍ୱଶୂର ଓ ଶାଶୂଙ୍କ ବ୍ୟତୀତ କେହି ଅନ୍ୟ ସଦସ୍ୟ ନାହାନ୍ତି । ତେଣୁ ସେ ନିଜ ପିତା ଜଗଦୀଶ ପ୍ରସାଦ ଗୁପ୍ତାଙ୍କ ଭଦ୍ରକ ଘରକୁ ଭୟରେ ପଳାଇ ଆସି ଆଶ୍ରୟ ନେଇଛନ୍ତି । ସେଠାକାର ପୋଲିସ ଉପରୁ ଆସ୍ଥ୍‍ା ତୁଟାଇ ସେ ଏହି ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପିତା ଜଗଦୀଶଙ୍କ ସମେତ ମାଆ ସୁଲୋଚନା ଗୁପ୍ତା, ରଶ୍ମି ଗୁପ୍ତା, ଅମର ଗୁପ୍ତା, ବିନ୍ଦୁ ଅଗ୍ରଓ୍ୱାଲ ପ୍ରମୂଖ ସମ୍ପର୍କୀୟମାନେ ଥିଲେ ।

Leave A Reply

Your email address will not be published.