Odisha news

ଚାରି ବର୍ଷର ଶିଶୁକନ୍ୟାକୁ ଦୁର୍ଷ୍କମ ମାମଲା: ଗାଁ ରେ ପହଞ୍ଚିଲେ ସାଣ୍ଟିଫିକ୍‍ ଟିମ

0

ବାସୁଦେବପୁର,: ବାସୁଦେବପୁର ବ୍ଲକର କିସ୍ମତକୃଷ୍ଣପୁର ପଞ୍ଚାୟତର ଲୁଣି ସାହିର ଚାରି ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ତଦନ୍ତ ପାଇଁ ଗାଁରେ ସାଣ୍ଟିଫିକ୍‍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନାୟକାଣୀଡିହି ଥାନାର ଇନ୍ସପେକଫର ଉମାଶଙ୍କର ନାୟକ ଉପସ୍ଥିତିରେ ଭଦ୍ରକରୁ ଆସିଥିବା ସାଣ୍ଟିର୍ଫିକ୍‍ ଟିମରେ ସତ୍ୟବ୍ରତ ନାୟକ,ରାମଚନ୍ଦ୍ର ହାଂସଦା,ଶ୍ରୀପତି ମହତା,ପ୍ରଶାନ୍ତ ଖୁଣ୍ଟିଆ ଓ ସାଗରିକା ସ୍ୱାଇଁ ଲୁଣିସାହିର ଅଭିଯୁକ୍ତ ଜଗନ୍ନାଥ ଦାସ ଯେଉଁ ଘରରେ ଦୁଷ୍କର୍ମ କରିଥିଲେ ପାରିପାର୍ଶିକ ଅବସ୍ଥାର ସ୍ଥିତି ପରଖିଥିଲେ । କେତେକ ସ୍ଥାନରେ ପଡିଥିବା ରକ୍ତର ନମୁନା ପରୀକ୍ଷା କରିବା ପାଇଁ ନେଇଥିଲେ । ପରେ ପୀଡିତାର ବୟାନ ନେଇଥିଲେ । କେଶର ଗୁରୁତ୍ୱ ଦୃଷ୍ଟି ଆଗରେ ରଖି ପୋଲିସ ଛନ୍‍ଭିନ୍‍ କରି ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ଜଗନ୍ନାଥ ଦାସକୁ ଅଟକ ରଖି ପଚରାଉଚରା ଚଳାଇଛି ।

Leave A Reply