Odisha news

ମାଗଣା ସ୍ବାସ୍ଥ୍ୟ ଶିବିର ଓ ସଚେତନ କାର୍ଯକ୍ରମ  ଅନୁଷ୍ଠିତ ।

0
ଖଲିକୋଟ-ଖଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ପଞ୍ଚାୟତ ସ୍ଥିତ କେଦାରେଶ୍ବର ମହାଦେବ ମନ୍ଦିର ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ସ୍ଥିତ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଏଜ ଓଡିଆର ତତ୍ବାବଧାନରେ ଇଣ୍ଡିଆନ ୟୁଥ ଆସୋସିଏସନ ଓ ମଥୁରା ଗ୍ରାମ ବାସୀ ଓ ଗ୍ରାମ କମିଟିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହେଲ୍ପ ଏଜ ଓଡ଼ିଆର  ପରିଚାଳକ ରବିନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ ଓ IYA ସଂଗଠନର ପ୍ରଦୀପ୍ତ କୁମାର ସାହୁ,  ଅମର ସାହୁ ଉପସ୍ଥିତ ଥିଲେ । ଦିଲ୍ଲିପ ସାହୁ, ରାଜେନ୍ଦ୍ର ଜେନା, ନାରାୟଣ ନାହାକ,ନୃସିଂହ ପ୍ରସାଦ ବିଷୋୟୀ, ସୁଶାନ୍ତ ସାହୁ, ବସନ୍ତ ସ୍ବାଇଁ, ସୁରେନ୍ଦ୍ର ନାହାକ ଓ ଟିଟୁ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିବିରରେ ଭୂବନେଶ୍ୱରର ଆମରୀ ହସ୍ପିଟାଲର ଖ୍ୟାତ ନାମା ଡାକ୍ତର ମାନେ ବିଭିନ୍ନ ରୋଗରେ ପୀଡିତ ଥିବା ୧୭୦ ଜଣ ବ୍ୟକ୍ତି ମାନଙ୍କର ସ୍ଵାସ୍ଥ୍ୟ ପରିକ୍ଷା କରିବା ସହିତ ଚିକିତ୍ସା କରିଥିଲେ ।
Leave A Reply