Odisha news

ଶିିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ, ୫୦କିଲୋ ସମ୍ବର ମାଂସ ଜବତ

0

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଓ ଶିକାରୀମାନେ ସକ୍ରିୟ ଥିବା ବିଭିନ୍ନ ସମୟରେ ପରିବେଷବିତ୍ ମାନେ ଅଭିଯୋଗ କରୁଥିବାବେଳେ ତାହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ଆଠପଡା ଅଞ୍ଚଳରେ ରବିବାର ରାତି୍ରରେ ବନବିଭାଗ ପକ୍ଷରୁ ଅତର୍କୀତ ଚଢଉ କରାଯାଇଥିଲା । ଏହି ଚଢଉ ସମୟରେ ଶିମିଳିପାଳରୁ ଶିକାର କରି ଫେରୁଥିବାବେଳେ ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିଲେ । ଗିରଫ ଶିକାରୀ ନିକଟରୁ ୫୦କିଲୋ ସମ୍ବର ମାଂସ ସହିତ ଗୋଟିଏ ଦେଶୀବନ୍ଧୁକ ଏବଂ ଧନୁତୀର ଜବତ କରାଯାଇଅଛି । ଆଠପଡା ଅଞ୍ଚଳର ଶିକାରୀ ମୋହନ ହାଁସଦାଃଙ୍କୁ ଗିରଫ କରାଯାଇଥିବାବେଳେ ଶିକାର କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିବା ୭ରୁ ଅଧିକ ଶିକାରୀ ଖସି ଯିବାରେ ସମର୍ଥ ହୋଇଛନ୍ତି । ସବୁଠାରୁ ବଡକଥା ଶିମିଳିପାଳ ଅଭୟାରଣ୍ୟରେ ବେଧଡକ ଶିକାର ଚାଲିଥିବାବେଳେ ବନବିଭାଗ ଏହାର ଟେର ନପାଇବା ବନବିଭାଗ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply