Odisha news

ପୋଖରୀରେ ବୁଡି ଯାଇ ଯୁବକ ମୃତ

0

ତିର୍ତ୍ତୋଲ, : ତିିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ ଶାରଳା ପୀଠ ନିକଟ ନୂଆପୋଖରୀ ଜଣେ ଯୁବକ ବୁଡି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ବାଖରପୁର ଗ୍ରାମର ଅକ୍ଷୟ ପଣ୍ଡାଙ୍କ ପୁତ୍ର ନାରାୟଣ( ୩୨)ଙ୍କୁ ସଜ୍ଞାହୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ନୂଆପୋଖରୀରୁ ଉଦ୍ଧାର କରାଯାଇଥିଲା ।

କନକପୁର ଫାଣ୍ଡି ଅଧିକାରୀ ଶ୍ରୀଙଚରଣ ରାଉତ ଉପସ୍ଥିତି ରହି ତାଙ୍କୁ ନିକଟସ୍ଥ ମଣିଜଙ୍ଗା ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପରେ ତିର୍ତ୍ତୋଲ ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ଜଗତସିଂହପୁର ପଠାଇଥିଲା । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.