ତିର୍ତ୍ତୋଲ,: ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରର ଅହେତୁକ ତୈଳଦର ବୃଦ୍ଧି ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁଙ୍କ ଜରିଆରେ ବୁଧବାର ଦାବୀପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଭଳି ଘଡସନ୍ଧି ମୁହୁର୍ତ୍ତରେ ଦେଶ ଗତି କରୁଥିବାବେଳେ ଲକ୍ଷଲକ୍ଷ ଲୋକ କାମ ଧନ୍ଦା ନପାଇ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତି । ଏହି ସମୟରେ ଅଶୋଧିତ ତୈଳଦର ହ୍ରାସ ପାଉଥିବାବେଳେ କେନ୍ଦ୍ରର ମୋଦ୍ୀ ସରକାର ବାରମ୍ବାର ତୈଳଦର ବୃଦ୍ଧି କରୁଥିବାରୁ ବଜାରରେ ହୁ ହୁ ଦରଦାମ ବୃଦ୍ଧି ପାଉଛି ଯାହାକି ସାଧାରଣ ଚାଷୀ, ଖଟିଖିଆ ଗରିବ ଜନସାଧାରଣରେ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।
ତୁରନ୍ତ ରାଷ୍ଟ୍ରପତି ଏଦିତଗରେ ହସ୍ତପେକ୍ଷ କରି ତୈ÷ଳଦର କମାଇବା ଦିଗରେ ପଦକ୍ଷେପ ନେବା ପାଇଁ ଦାବୀ କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିମା ମଲ୍ଲିକ, ପ୍ରଦେଶ ଅନୁସୁଚିତ ଜାତି ସେଲର ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ, ତିର୍ତ୍ତୋଲ ନିର୍ବଚାନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ସରପଞ୍ଚ ବସନ୍ତ ସେଠୀ, ଧନଞ୍ଜୟ ସୂତାର, ନିରଞ୍ଜନ ମହାନ୍ତି, ବସନ୍ତ ପାତ୍ର, ପ୍ରଶାନ୍ତ ଲେଙ୍କା, ଧ୍ରୁବ ପରିଡା, ରବିନ୍ଦ୍ର ବେହେରା, ଜିତେନ୍ଦ୍ର ମହାନ୍ତି, ବିଷ୍ଣୁପ୍ରସାଦ ମାଝି, ସୁରେନ୍ଦ୍ର ଜେନା, ଲକ୍ଷ୍ମୀଧର ନାୟକ, ଚିତ୍ତରଞ୍ଜନ ମହାପାତ୍ର, ପ୍ରତାପ ଚୌଧୁରୀ, ଶଙ୍କର ଚରଣ ଦାସ ପ୍ରମୁଖ ସାମିଲ ହୋଇଥିଲେ ।
