Odisha news

ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ : ବିଜେପିର ଫୋକସରେ ବିରିଡି ବ୍ଲକ ଭୋଟର

0

ବିରିଡି, ୧୯ା୧୦ ; ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ତିର୍ତୋଲ ବିଧାନ ସଭା ଉପ ନିର୍ବାଚନ ପାଇଁ ବିରିଡି ବ୍ଲକର ଭୋଟରମାନଙ୍କୁ ଭାରତୀୟ ଜନତା ପାର୍ଟି ଫୋକସ କରିଛି । ପାର୍ଥୀ ରାଜ କିଶୋର ବେହେରା ସୋମବାର ଦିନ ଏକାଧିକ ପଂଚାୟତ ଗ୍ରସ୍ତ କରି ନିଜର ପ୍ରଚାରକୁ ଯୋରଦାର କରିବା ସହ ବିଜେପି ସଂଗଠନକୁ ସଦୃଢ କରିବାରେ ଲାଗିଛନ୍ତି । ଶ୍ରୀ ବେହେରା ପ୍ରଚାର କରିବା ବେଳେ ତାଙ୍କ ପ୍ରତି ଭୋଟରଙ୍କ ଆକୃଷ୍ଠ ବଢାବା ପରିଲକ୍ଷିତ ହୋଇଛି । ଅନ୍ୟପଟେ ଶ୍ରୀ ବେହେରାଙ୍କୁ କୌଣସି ପ୍ରକାର ହାତଇବା ପାଇଁ ଦଳର ପ୍ରଭାରୀ ଦିଲ୍ଲିପ କୁମାର ମଲ୍ଲିକ, ବରିଷ୍ଠ ବିଜେପି ନେତା ନୟନ କିଶୌର ମହାନ୍ତି, ସତ୍ୟବ୍ରତ ମହାପାତ୍ର ଓ ଅନ୍ୟମାନେ ମଧ୍ୟ ଡେରା ପକାଇବା ସହ ପ୍ରଚାରକୁ ତ୍ବରାନ୍ୱିତ କରିଛନ୍ତି ।

ସେହିପରି ହାଜିପୁର ମଣ୍ଡଳ ସଂଯୋଜକ ରାମକୃଷ୍ଣ ପରିଜା, ସଭାପତି ସୁଦର୍ଶନ ପଣ୍ଡା, ପୂର୍ବତନ ସଭାପତି ଶିଶୀର ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଦିପ୍ତି ପରିଜା, ଚିତ ରଂଜନ ନନ୍ଦୀ, ସୁଭ୍ରଜିତ ଉତରାୟ, ସୌମ୍ୟ ରଂଜନ ମିଶ୍ର, ତୋଫାନ ବିଶଯବାଳ, ଓ ଅନ୍ୟମାନେ ବିଭିନ୍ନ ପଂଚାୟତରେ କାର୍ଯ୍ୟକର୍ତାଙ୍କୁ ନେଇ ଘନ ଘନ ବୈଠକ ମାନ କରି ବିଜେପି ପାର୍ଥୀ ରାଜ କିଶୋର ବେହେରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଲୋକ ମାନଙ୍କୁ ବୁଝାଇ ନିବେଦନ କରିଛନ୍ତି । ଅନ୍ୟପଟେ ମହିଳା ମୋର୍ଚ୍ଚା ତରଫରୁ ଉପାଧକ୍ଷା ଗିତାଂଜଳୀ ସାହୁଙ୍କ ସମେତ ବିଭିନ୍ନ ପଂଚାୟତ ଦାୟିତ୍ୱରେ ଥିବା ମହିଳା ମୋର୍ଚ୍ଚାର ପ୍ରଭାରୀ ମାନେ ମଧ୍ୟ ମହିଳା ଭୋଟର ମାନଙ୍କୁ ଭେଟି ବିଜେପି କୁ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply