ବିରିଡି, ୧୯ା୧୦; ତିର୍ତୋଲ ଉପନିର୍ବାଚନରେ ଜାତୀୟ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଯୁବ ସମାଜ ସେବୀ ଇଂ ହିମାଂସୁ ଭୂଷଣ ମଲ୍ଲିକ ସୋମବାର ଦିନ ବିରିଡି ବ୍ଲକର କୂଳକଇଜଙ୍ଗା ଗ୍ରାମ ପଂଚାୟତରେ ନିର୍ବାଚନ ପ୍ରଚାର କରିଥିଲେ ।
ପ୍ରାର୍ଥୀ ଶ୍ରୀ ମଲ୍ଲିକ ଠିକ ୧୦.୩୦ ରେ ବିରିଡି ଛକରେ ପହଂଚିବା ମାତ୍ରେ ତାଙ୍କୁ ସରପଂଚ ଜ୍ୟୋସ୍ନାରାଣୀ ବେହେରା, ପଂଚାୟତ ସଭାପତି କେଦାର ସ୍ୱାଇଁ, ସୁରେଶ ଦାସ, କିଶୋର ପଟ୍ଟନାୟକ ଓ ଅନ୍ୟକର୍ମିମାନେ ଉତରିୟ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିବା ସହ ସ୍ୱାଗତ ଜଣାଇଥିଲେ ।
ପରେ ପରେ ବିରିଡି ଛକର ବ୍ୟବସାୟୀ ବନ୍ଧୁମାନଙ୍କୁ ଭେଟି କଂଗ୍ରେସ ଦଳର ଚିହ୍ନ ହାତ ଚିହ୍ନରେ ଭୋଟ ଦେଇ ଜୟ ଜୁକ୍ତ କରାଇବା ସହ ଦିର୍ଘ ୨୦ ବର୍ଷର ଜନ ବିରୋଧି ଓ ଦୁର୍ନିତି ଗ୍ରସ୍ତ ଶାସନକୁ ତିର୍ତୋଲରୁ ହଟାଇବାକୁ ଅନୁରøାଧ କରିଥିଲେ ତେବେ ପଂଚାୟତର ବିଭିନ୍ନ ଓାର୍ଡ ଓ ପଡାକୁ ଯାଇ ପାର୍ଥୀ ଶ୍ରୀ ମଲିକ ଲୋକମାନଙ୍କୁ ଭେଟିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଇ ଥିଲେ ।
