ଯାଜପୁର : ସମ୍ପ୍ରତି କରୋନାର ଭୟାବହତା ମ୍ମରେ ସମସ୍ତ କାର୍ଯ୍ୟକ୍ରମକୁ ସରକାର ବାତିଲ କରିଛନ୍ତି । ଏହି ସମୟ ମ୍ମରେ କୌଣସି ଉତ୍ସବ, ଦିବସ ପାଳନ ଇତ୍ୟାଦି ପାଳନ ଉପରେ ପ୍ରତିବନ୍ଧକ ରହିଛି । ସେଥିପାଇଁ ଶୁକ୍ରବାର ୦୮, ମଇ ବିଶ୍ୱ ରେଡ଼କ୍ରସ ଦିବସକୁ ମ୍ମ ଆଡ଼ମ୍ବରପୂର୍ଣ୍ଣ ଭାବେ ବିଗତ ବର୍ଷ ଭଳି ପାଳନ କରାଯାଇ ନଥିଲା ।
ତେବେ ପୂଜ୍ୟପୂଜାର ସ୍ମାରକୀ ସ୍ୱରୂପ ଜିଲ୍ଲାପାଳ ରଂଜନ କୁମାର ଦାସ ଆବାସିକ କାର୍ଯ୍ୟାଳୟଠାରେ ରେଡ଼କ୍ରସର ପ୍ରତିଷ୍ଠାତା ସାର ଜନ୍ ହେନେରୀ ଡୁନାଣ୍ଟଙ୍କ ‘ଟୋ ଚିତ୍ରରେ ପୁଷ୍ପ ଅର୍ପଣ ସହ ଶ୍ରଦ୍ଧାଂଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମ୍ମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କୁଳମଣି ନାୟକ, ପ୍ରମୁଖ ମ୍ମ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଚଳିତ ବର୍ଷ କରୋନାର ପ୍ରଭାବ ଯୋଗୁ ରେଡ଼କ୍ରସ ଆୟ ହ୍ରାସ ପାଇଥିଲେ ମ୍ମ ପ୍ରାୟ ୭୨ ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଆୟ ହୋଇପାରିଛି ।
ତାଲାବନ୍ଦ ସମୟରେ ମ୍ମ ସାମାଜିକ ଦୂରତା ରକ୍ଷାକରି ଜିଲ୍ଲା ରେଡ଼କ୍ରସ, ଅଶୋକ ଦାସ ‘ାଉଣ୍ଡେସନ ସହାୟତାରେ ସାପ୍ତାହିକ ରକ୍ତଦାନ ଶିବିର ଅବ୍ୟାହିତ ରଖି ଗତ ୧୯.୪.୨୦୨୦ ସୁଦ୍ଧା ୧୯୨୩ ୟୁନିଟ ବ୍ଲଡ୍ ସଂଗ୍ରହ କରିପାରିଛି । କରୋନା ପ୍ରଭାବିତ ଦୁସ୍ଥ ୧୦୦ ଲୋକମାନଙ୍କୁ ଦୈନିକ ଆହାର କେନ୍ଦ୍ରର କୁପନ ମା୍ମମରେ ଖାଦ୍ୟ ପ୍ରଦାନ କରାଯାଉଛି ।
୫ହଜାରରୁ ଉଦ୍ଧ୍ୱର୍ ମାସ୍କ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଛି । ସେହିପରି ସେ‘ଇ କର୍ମଚାରୀଙ୍କୁ ଗ୍ଲୋବସ, ହ୍ୟାଣ୍ଡୱାସ ଇତ୍ୟାଦି ପ୍ରଦାନ କରାଯାଇଛି । ତେବେ ଦୁସ୍ଥ ଓ ଅସହାୟଙ୍କୁ ପୂର୍ବପରି ରେଡ଼କ୍ରସ ସହାୟତାର ହାତ ବଢେଇ ଚାଲିଥିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
