Odisha news

ବଢ଼ିଲା ଚେବନପ୍ରାସ୍‌ର ଚାହିଦା

0

କରୋନା ସହ ଲଢ଼ିବା ପାଇଁ ସାନିଟାଇଜର୍‌, ମାସ୍କ ପରେ ଲୋକେ ଚେବନପ୍ରାସ୍‌କୁ ପସନ୍ଦ କରୁଛନ୍ତି । ଲୋକେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଥିବାରୁ ଦୁଇ ସପ୍ତାହ ହେବ ଚେବନପ୍ରାସ୍‌ ବିକ୍ରି ବୃଦ୍ଧି ପାଇଛି । ଚେବନପ୍ରାସ୍‌ ଇମୁ୍ୟନିଟି ବୃଦ୍ଧି ପାଇଁ ଜଣାଶୁଣା । ଏହାର ଚାହିଦା ବୃଦ୍ଧି ପାଉଥିବାରୁ ବଜାରରେ ଷ୍ଟକ୍‌ ନ ଥିବା ବସ୍‌କୋ ଫାର୍ମାସିଷ୍ଟ୍‌ ବିଠଲ ନାଏକ କହିଛନ୍ତି । ଡାବୋଲିମ୍‌ରେ ଏକ ଫାର୍ମାସି ଚଲାଉଥିବା ଜୟ ପ୍ରକାଶ ଯାଦବ କହିଛନ୍ତି, ଚେବନପ୍ରାସ୍‌ କରୋନାରୁ ରକ୍ଷା କରିପାରିବ ବୋଲି ଲୋକେ ବିଶା୍ୱସ କରୁଛନ୍ତି । ଚେବନପ୍ରାସ୍‌ ଏବେ ନୂଆ ପସନ୍ଦଯୋଗ୍ୟ ଉପକାର ମନେହେଉଛି । ଏହା ଇମୁ୍ୟନିଟି ବଢ଼ାଇବାରେ ସାହାଯ୍ୟ କରୁଥିଲେ ମଧ୍ୟ ଭାଇରସ୍‌ ବିରୋଧରେ ଏହାର ପ୍ରଭାବକୁ ନେଇ କିଛି ପ୍ରମାଣ ନାହିଁ ।

Leave A Reply