ଭୁବନେଶ୍ୱର : କରୋନା ପ୍ରଭାବରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ କୋଟି କୋଟି ଲୋକ ଭୋକ ଉପାସରେ ରହୁଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ମଧ୍ୟ ଶହ ଶହ ଅସହାୟ ଲୋକ ଉପାସରେ ରହୁଛନ୍ତି । ଏହି ଉପବାସରେ ରହୁଥିବା ଲୋକମାନଙ୍କ ଦୁଃଖ ଦେଖିଥିଲେ ସମାଜସେବୀ ଶ୍ରୀ ପ୍ରତାପ ସାହୁ । ସେ ନିଜ ମଟରସାଇକେଲ୍ ଶୁଖିଲା ଖାଦ୍ୟ, ଅଣ୍ଡା, ମାସ୍କ, ସାବୁନ, ପାଣି, ବିସ୍କୁଟ, ସର୍ଫଗୁଣ୍ଡ, ଚିନି, ହର୍ଲିକ୍ସ, ସାମ୍ପୁ, ନଡ଼ିଆ ତେଲ ଓ ସାନିଟାଇଜର୍ ଧରି ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ପ୍ରାୟ ୭୦ରୁ ୮୦ କିଲୋମିଟର ବୁଲି ଗଳିକନ୍ଦିରେ ରହୁଥିବା ଅସହାୟ ଲୋକମାନଙ୍କୁ ଏହିସବୁ ଜିନିଷ ବାଣ୍ଟୁଥିଲେ ଏବଂ ଶ୍ରୀଯୁକ୍ତ ସାହୁ ସକାଳ ୮ଟାରୁ ବାହାରି ସନ୍ଧ୍ୟା ୮ଟାରେ ଘରେ ପହଞ୍ôଚୁଥିଲେ । ସେ ରାସ୍ତାରେ ଯିିବା ସମୟରେ ବିଭିନ୍ନ ପଶୁମାନଙ୍କୁ ଖାଦ୍ୟ ଖୁଆଉଥିବା ବେଳେ ରାମମନ୍ଦିର, ଭୁବନେଶ୍ୱର କ୍ଲବ୍ ସାମ୍ନା, ରୂପାଲି, କଳିଙ୍ଗ ହସ୍ପିଟାଲ୍ ଛକ – ଏହିଭଳି ୧୨ଟି ଜାଗାରେ ପକ୍ଷୀମାନଙ୍କୁ ଗହମ, ଚାଉଳ, ସୋରିଷ ପ୍ରଭୃତି ଖାଇବାକୁ ଦେଉଥିଲେ । ଏତଦ୍ବ୍ୟତୀତ ନିଳାଦ୍ରୀବିାହାର ଓ ମଞ୍ଚେଶ୍ୱରରେ ପ୍ରବାସୀ ଶ୍ରମିକ, ବସ୍ତିରେ ରହୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରୁଥିଲେ । ଏହି ସମୟରେ ବୟସ୍କ ଲୋକମାନଙ୍କଠାରୁ ଶ୍ରୀ ସାହୁ ଆଶୀର୍ବାଦ ପାଉଥିଲେ ଓ ଲୋକଲୋଚନରେ ପ୍ରଶଂସିତ ହେଉଥିଲେ । ଶ୍ରୀ ସାହୁଙ୍କ ଏହି ଉଦ୍ୟମକୁ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ପୋଲିସ୍ ମଧ୍ୟ ପ୍ରଶଂସା କରିଥିଲେ ।