Odisha news

ଆଦିବାସୀ ଝିଅ ଓଡ଼ିଶାର ଗୌରବ

0

କଥାରେ ଅଛି ବଣର ମଲ୍ଲି ବଣରେ ଫୁଟି ଝରିପଡ଼େ ,କିନ୍ତୁ ତାର ସୁଗନ୍ଧ ଚତୁର୍ଦିଗ କୁ ମହକାଇ ଦେଇଥାଏ l କିନ୍ତୁ ଏଠାରେ ବଣମଲ୍ଲୀ ଖାଲି ବଣରେ ଫୁଟି ଝଡିପଡିନି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି l ମାଲକାନଗିରି ଏକଦା ମାଓବାଦୀ ,ମାଳଭୂମି ,ପଛୁଆ ଜିଲ୍ଲା ଭାବରେ ପରିଚିତ ଥିଲା l ବର୍ତ୍ତମାନ ଭାରତ ମାନଚିତ୍ରରେ ଏହି ଜିଲ୍ଲାର ପରିଚୟ ବଦଳି ଯାଇଛି l ଆଦିବାସୀ ଅଂଚଳର ପଛୁଆ ବର୍ଗର ଲୋକ ହୋଇ ମଧ୍ୟ ନିଜର ଇଛା କୁ ସେମାନେ ପୁରା କରି ପାରୁଛନ୍ତି ,ଦେଶ ବିଦେଶରେ ଉଲେଖନିୟ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି l ଅଷ୍ଟ୍ରେଲିଅରନ ,ଚିତ୍ରକୋଣ୍ଡା ଅଂଚଳର ଆଦିବାସୀ ଯୁବକ ଭକତରାମ ବସ୍ତା ସ୍ଵର୍ଣ ପଦକ ହାସଲ କରିବା ପରେ ଏଥିରେ ଆଉ ଗୋଟିଏ ନାଁ ଅନୁପ୍ରିୟା ଲାକ୍ରା ଯୋଡିହୋଇ ଯାଇଛି l ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ ବୋଲି ପ୍ରମାଣ କରି ଦେଇଛନ୍ତି l

ଅନୁପ୍ରିୟା ଏକ ଗରିବ ମଧ୍ୟବିତ ପରିବାରର ଝିଅ l ତାଙ୍କ ପିତାଙ୍କ ନାମ ମରିନିଅlସ ଲାକ୍ରା ଓଡିଶା ପୋଲିସରେ ଏକ ହାବିଲ୍ ଦାର ଭାବରେ କାମ କରନ୍ତି l ମାତାଙ୍କ ନାମ ଜସ୍ମିନ ଲାକ୍ରା ସେ ଜଣେ ଗୃହିଣୀ ଅଟନ୍ତି l ଅନୁପ୍ରିୟା ନିଜର ଦଶମ ଶ୍ରେଣୀର ଶିକ୍ଷା କନଭେଣ୍ଟ ସ୍କୁଲରୁ ସମାପ୍ତ କରିବା ପରେ +୨ ର ଶିକ୍ଷା ସିମିଳିଗୁଡ଼ାର ଏକ ସ୍କୁଲରୁ ସମାପ୍ତ କରିଥିଲେ l ତାପରେ ତାଙ୍କ ପିତାଙ୍କ ନିର୍ଦେଶ କ୍ରମେ ଇଂଜିନିୟରିଂ ପଢିବା ପାଇଁ ଆଡ଼ମିସନ ନେଇଥିଲେ l କିନ୍ତୁ ଶତ ବର୍ଷ ଇଂଜିନିୟରିଂ ପଢିବା ପରେ ପାଠ ଛାଡି ଦେଇଥିଲେ l କାରଣ ପିଲାଟି ଦିନରୁ ପାଇଲଟ ହେବାର ଇଛା ଥିଲା l ତାପରେ ସେ ପାଇଲଟ ର ପ୍ରବେଶିକା ପରୀକ୍ଷାରେ ଉତ୍ରିନ ହୋଇଥିଲେ l ୨0୧୨ ମସିହାରେ ଉଡିଅନ ଏକାଡେମୀ ରେ ଆଡ଼ମିସନ ନେଇଥିଲେ l ତାପରେ ସେଠାରେ ନିଜର କଠୋର ପରିଶ୍ରମ ଦ୍ୱାରା ଆଜି ଏକ ଘରୋଇ ବିମାନ କମ୍ପାନୀରେ କୋ ପାଇଲଟ ଭାବରେ କାର୍ଯ୍ୟରତ l ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଅଧକ୍ଷ ନିରଞ୍ଜନ ବିଶି କହିଛନ୍ତି ଯେ ” ଅନୁପ୍ରିୟା କେବଳ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ଝିଅ ନୁହଁନ୍ତି ,ସେ ଓଡ଼ିଶାର ମଧ୍ୟ ପ୍ରଥମ ଝିଅ ପାଇଲଟ ଅଟନ୍ତି l ସେ ଏପରି ଏକ ଜିଲ୍ଲା ରୁ ଆସିଛନ୍ତି ଯୋଉଠି ଆଜି ପର୍ଯ୍ୟନ୍ତ ରେଳ ଧାରଣା ବି ଯାଇନାହିଁ l ଏହା କେବଳ ମାଲକାନଗିରି ପାଇଁ ନୁହେଁ ସାରା ଓଡିଶା ପାଇଁ ଗର୍ଵ l ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ଦୃଢ ମନବଳ ଓ ଇଛା ଶକ୍ତି ଥିଲେ କେବେବି ହାରିଯିବା ଉଚିତ ନୁହେଁ ବୋଲି ସମାଜ କୁ ଶିକ୍ଷା ଦେଇଛନ୍ତି l “

Leave A Reply

Your email address will not be published.