ବେତନଟୀ : ଗତକାଲି ଶୁକ୍ରବାର ସନ୍ଧ୍ୟା ପରେ ପରେ ବାହାନଗା ଠାରେ ଘଟିଯାଇଥିବା ଟ୍ରେନ ଦୁର୍ଘଟଣା କେତେ ଜଣ ଲୋକଙ୍କର ଜୀବନ ନେଇଛି ତାହାର ହିସାବ ନାହିଁ । ଦୁର୍ଘଟଣା ଗ୍ରସ୍ତ ସେହି କରମଣ୍ଡଳ ଟ୍ରେନରେ ବୈଶିଙ୍ଗା ପଞ୍ଚାୟତର ୧୧ ଜଣ ଯୁବକ ଏକ ଗ୍ରୁପରେ କାମ କରିବା ପାଇଁ ଚେନ୍ନାଇ ଯାଉଥିଲେ । ସେହି ୧୧ ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଭାବେ ଏସସିବି ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ମାନଙ୍କର ପତ୍ତା ମିଳିନାହିଁ। ସେହି ଗୁରୁତର ଆହତ ଦୁଇ ଜଣ ହେଲେ ବୈଶିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ମହୁରୀ ଗ୍ରାମ ର ବସନ୍ତ ରାଉତଙ୍କ କନିଷ୍ଠ ପୁତ୍ର ଦୀପୁ ରାଉତ(୧୯) ଏବଂ କଦଳିଆ ଗ୍ରାମର ସୋମନାଥ ଦେହୁରୀଙ୍କ ପୁଅ ସୁମନ ଦେହୁରୀ (୨୨) । ଏହି ଦୁଇ ଜଣ ପ୍ରଥମେ ବାଲେଶ୍ଵର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକସ୍ଥିତ ଏସସିବି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ରିଜର୍ଭେସନ ଟିକଟ ନମିଳିବାରୁ ସମସ୍ତେ ଜେନେରାଲ ବଗିରେ ଯାତାୟତ କରୁଥିଲେ।