କେନ୍ଦୁଝର : ଆଦିବାସୀ ଅଧ୍ୟୁଷିତ ତଥା ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାରେ ଚାଷୀ ମାନେ କ୍ରମାଗତ ଭାବେ ଜଳସେଚନ କ୍ଷେତ୍ରରେ ସରକାରଙ୍କ ଠାରୁ ଉପେକ୍ଷିତ ହୋଇ ଆସୁଛନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। କୃଷିର ବିକାଶ ପାଇଁ ଆଦୌ ପଦକ୍ଷେପ ନିଆଯାଇନଥିବା ରୁ ଚାଷୀ ମାନେ ନୀରୁସ୍ରାହିତ ହେଉଛନ୍ତି। ଏହା ସରକାରଙ୍କ ଚାଷୀ ମାରଣ ନୀତି ବୋଲି ଚର୍ଚ୍ଚା ହେଉଛି। ବହୁ ବର୍ଷ ପୂର୍ବରୁ ଜିଲ୍ଲାର ଜଳସମ୍ପଦ କୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ଲାଗି ଜିଲ୍ଲାର କେତେକ ସ୍ଥାନରେ ଜଳସେଚନ ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥିଲେ ମଧ୍ୟ ଏ ଗୁଡ଼ିକ ଜିଲ୍ଲାର ଶେଷ ସୀମାରେ ଥିବାରୁ ଅନ୍ୟ ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ ଏହା ସୁଦୃଢ କରିଥିବା ଲକ୍ଷ କରାଯାଇଛି। କୃଷି କ୍ଷେତ୍ରର ବିକାଶ ପାଇଁ ଜିଲ୍ଲାରେ ବୈତରଣୀ ନଦୀରେ ବହୁମୁଖୀ ଯୋଜନା ଅଦ୍ୟାବଧି ହୋଇ ପାରି ନଥିବା ବେଳେ ଜିଲ୍ଲାରେ ଥିବା କାନଝରୀ ବେତିତ ଦଣ୍ଡାଧାର, ସାଳନ୍ଦୀ, ରେମାଳ ପ୍ରକଳ୍ପ ଦ୍ଵାରା ଅନ୍ୟ ଜିଲ୍ଲାର କୃଷି କ୍ଷେତ୍ରର ବିକାଶ ହୋଇଥିବା ଜଣାପଡିଛି। ବୈତରଣୀ ନଦୀରେ ପ୍ରସ୍ତାବିତ କାନପୁର ଜଳସେଚନ ପ୍ରକଳ୍ପ ୧୯୮୦ ମସିହା ଠାରୁ କାର୍ଯ୍ୟ କାରୀ ହେବାକୁ ଯୋଜନା କରାଯାଇଥିଲେ ହେଁ ୪୨ବର୍ଷ ପରେ ବି ପ୍ରପ୍ରକଳ୍ପର ମନ୍ଥର ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ବୈତରଣୀ ନଦୀ ଉପରେ ନିର୍ମାଣ କରାଯାଇଥିବା ବୃହତ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ଅନ୍ୟ ପଟେ ଜିଲ୍ଲାର କ୍ଷିଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ ଉପଯୋଗୀ ହେଉନି। ଅନ୍ୟପଟେ ଚାଷୀ ମାନେ ଉଠାଜଳସେଚନ ପ୍ରକଳ୍ପ ଉପରେ କେତେକା ଅସଂରେ ନିର୍ଭରଶୀଳ ହେଉଥିବା ବେଳେ ପ୍ରଶାସନର ଅପାରଗତାରୁ ଚାଷୀ ଜଳ ଟିକିଏ ପାଇବା ସ୍ବପ୍ନ ହେଉଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ପୂର୍ବରୁ ନିର୍ମିତ ମଧ୍ୟମ ଜଳସେଚନ ପ୍ରକଳ୍ପ ସାଳନ୍ଦୀରେ ଭଦ୍ରକ ଜିଲ୍ଲାବାସୀ ଅଧିକ ଉପକୃତ ହୋଇଥିବା ବେଳେ ଦଣ୍ଡାଧାର ପ୍ରକଳ୍ପ ଯୋଗୁଁ କାମାକ୍ଷାନଗର (ଢେଙ୍କାନାଳ) ବାସୀ, ରେମାଳ ପ୍ରକଳ୍ପ ଯୋଗୁଁ ସୁକିନ୍ଦା (ଯାଜପୁର) ବାସୀ, ଦେଓ ପ୍ରକଳ୍ପରୁ କରଞ୍ଜିଆ (ମୟୂରଭଞ୍ଜ) ବାସୀ ଉପକୃତ ହେଉଥିବା ବେଳେ ପ୍ରସ୍ତାବିତ ଚକ୍ରଧର ପ୍ରକଳ୍ପ ଦ୍ଵାରା ଜିଲ୍ଲାରେ କମ ଓ ଅନ୍ୟ ଜିଲ୍ଲା ପାଲଇହଡା (ଅନୁଗୁଳ ଜିଲ୍ଲା) ଅଞ୍ଚଳ ବାସୀ ଅଧିକ ଉପକୃତ ହେବେ। ଏଣୁ ଏହାକୁ ନେଇ ବିରୋଧା ଭାବ ଲାଗି ରହିଛି। ସାଳନ୍ଦୀ, କାନଝରୀ, ରେମାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ୫୫୦୫୩ ହେକ୍ଟର ଖରିଫ ଓ ୮୩୪୪ ହେକ୍ଟର ରବିଚାଷ ପାଇଁ ଚାଷ ଜମି ଉପକୃତ ହେଉଥିବା ଜଣାପଡ଼ିଛି। ଜିଲ୍ଲାର ସମୁଦାୟ ୨୯୭୮୭୩ ହେକ୍ଟର କୃଷି ଜମିରୁ ଖରିଫ ରୂତୂରେ ପାଖାପାଖି ୭୦ହଜାର ଓ ରବି ରୂତୂରେ ପାଖାପାଖି ୨୫ ହଜାର ହେକ୍ଟର ଜମିରେ ଜଳସେଚିତ ହୋଇପାରିଛି। ଅର୍ଥାତ୍ ମାତ୍ର ୨୩ପ୍ରତିଶତ ଜମି ଜିଲ୍ଲାରେ ଜଳସେଚିତ। ପ୍ରକୃତ ପକ୍ଷେ ଏହି ସଂଖ୍ୟା କମ ହେବ। ଏବେ ରାଜ୍ୟ ସରକାର ଜିଲ୍ଲାରେ ଥିବା ନଦୀ ଗୁଡ଼ିକ ଉପରେ ଚେକ ଡ଼୍ୟାମ ନିର୍ମାଣ କରି ନଦୀ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ଲାଗି ଯୋଜନା କରିଛନ୍ତି। କେତେକ ସ୍ଥାନରେ ଏହି କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ଦିଆଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହାର ସଫଳତାକୁ ନେଇ ଚାଷୀ ମହଲରେ ସନ୍ଦେହ ସୃଷ୍ଟି ହେଇଛି।