Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : 8 ଫେବୃଆରୀ 2024 ରୁ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ

0

ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚ ନିଷ୍ପତ୍ତି ନିଆଯାଇ ପୁରୀରୁ 8 ଫେବୃଆରୀ ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି | ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ 3 ଫେବୃଆରୀ, 2024 ଦିନ କରାଯାଇଥିଲା |

18421 ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା 7 ଘ.35ମି.ରେ ଛାଡି ତା’ ପରଦିନ ଭୋର 5 ଘ.30ମି.ରେ ସୋନପୁରରେ ପହଞ୍ଚିବ |

ଫେରିବା ମାର୍ଗରେ, 18422 ସୋନପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ସୋନପୁରରୁ ସନ୍ଧ୍ୟା 7 ଘ.30ମି.ରେ ଛାଡି ଶନିବାର ସକାଳ 6 ଘ.55ମି.ରେ ପୁରୀରେ ପହଞ୍ଚିବ |

ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ  ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ |

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ସାତଟି ଏସି-3 ଟାୟାର, ଗୋଟିଏ ଏସି-3 ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିବ |

Leave A Reply