Odisha news

ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ

0

● 2023 ଡିସେମ୍ବର ମାସର ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନମାନଙ୍କରେ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ |

● ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ଡିସେମ୍ବର ମାସରେ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ବାତିଲ ରହିବ |

● ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ମନୋନୀତ ଦିନ ମାନଙ୍କରେ ଆଂଶିକ ବାତିଲ ହେବ |

ନୌପଡ଼ା-ଗୁଣୁପୁର ରେଳ ସେକ୍ସନରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟକୁ ଦୃଷ୍ଟିରେ ରଖି ଡିସେମ୍ବର 2023 ରେ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ମାନଙ୍କରେ ଗୋଟିଏ ଯୋଡି ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନ୍ୟ ଗୋଟିଏ ଯୋଡି ଟ୍ରେନକୁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ଡିସେମ୍ବର 2023 ରେ ପ୍ରତ୍ୟକ ବୁଧବାର ଏବଂ ରବିବାର ଦିନ ବାତିଲ୍ ରହିବ |
18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲା ରୁ  ଡିସେମ୍ବର ମାସର ପ୍ରତ୍ୟକ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ଏବଂ ଗୁଣୁପୁର ଠାରୁ ଡିସେମ୍ବର 2023 ରେ ରବିବାର ଏବଂ ବୁଧବାର ଦିନମାନଙ୍କରେ ଉଭୟ ପାର୍ଶ୍ୱରୁ ରାଉରକେଲା ଏବଂ ପଲାସା ମଧ୍ୟରେ ଚଳାଚଳ କରିବ ଏବଂ ପଲାସା ଏବଂ ଗୁଣୁପୁର ମଧ୍ୟରେ ବାତିଲ ରହିବ |

Leave A Reply