Odisha news

ପଶ୍ଚିମ ବଙ୍ଗରେ ରଖାଗଲା ଆଉ ଗୋଟିଏ ବାବ୍ରୀ ମସଜିଦ ର ଭିତ୍ତିପ୍ରସ୍ଥର

0

ଆଉକିଛି ଦିନ ପରେ ପଶ୍ଚିମବଙ୍ଗ ମତଦାନ , ରାଜ୍ୟ ସହିତ ଦେଶର ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି, ତେଣୁ ବିଭିନ୍ନ ରାଜନୈତିକ ମୁଦା କୁ ନେଇ ପଶ୍ଚିମବଙ୍ଗ ମଧ୍ୟ ସରଗରମ ହେବାରେ ଲାଗିଛି l

ବର୍ତମାନ ବଙ୍ଗଳା ର ରାଜନୀତି ରେ ତେଜିଛି ବାବ୍ରି ମସଜିଦ ବିବାଦ, ଯାହା ଦିନକୁ ଦିନ ଘନେଇବାରେ ଲାଗିଛି l ଏହାକୁ ନେଇ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବେଲଡ଼ଙ୍ଗା ସ୍ଥିତ ରେଜିନଗର ଅଂଚଳ ରେ ବାଵରୀ ମସଜିଦ ର ଫାଉଣ୍ଡେସନ ରଖାଯାଇଛି l

ପଶ୍ଚିମବଙ୍ଗ ର TMC ସରକାର ଏହାଦ୍ୱାରା ମୁସ୍ଲିମ ଭୋଟର ଙ୍କୁ ଆକୃଷ୍ଟ କରୁଛି, ଯାହାକୁ ନେଇ ଆଗାମୀ ଦିନରେ ରାଜ୍ୟର ରାଜନୀତି ବେଶ ସରଗରମ ହେବ l ଟିଏମସି ରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁ କବିର ଏହି ଭିତ୍ତିପ୍ରସ୍ତ ରଖିବା ପାଇଁ ମୁସଲମାନ ଧର୍ମାବଲମ୍ବୀ ଙ୍କୁ ପ୍ରୋତ୍ସାହିତ କରିଛନ୍ତି l  ୨ଲକ୍ଷ ରୁ ଉର୍ଧ୍ଵ ସଂଖ୍ୟାରେ ମୁସ୍ଲିମ ସକାଳୁ ଟ୍ରାକ୍ଟର , ଇ-ରିକ୍ସା ଓ ଏବଂ ନିଜ ମୁଣ୍ଡରେ ଇଟା ମୁଣ୍ଡାଇ ନିର୍ମାଣ ସ୍ଥଳରେ ପହଂଚିଥିଲେ l

ବେଲଡାଙ୍ଗ ଅଂଚଳ ରେ ହାଇ ଆଲର୍ଟ ରହିଥିଲା, ବାବ୍ରି ମସଜିଦ ର ଏହି ଫାଉଣ୍ଡେସନ ରଖିବା ଅବସରରେ ସେଣ୍ଟ୍ରାଲ ଆର୍ମି ଫୋର୍ସ ର ୧୯ ଟି ଟିମ୍ , ରା଼ପୀଡ଼ ଆକ୍ସନ ଫୋର୍ସ, ବିଏସଏଫ , ଏବଂ ସ୍ଥାନୀୟ ପୋଲିସ ର ଅନେକ ଦଳ ମୁତୟନ ହୋଇଥିଲେ l

କୋଲକାତା ହାଇକୋର୍ଟ ଶୁକ୍ରବାର ଦିନ କହିଥିଲେ ଯେ କିଭଳି ଶାନ୍ତି ରହିବ ଉକ୍ତ ସ୍ଥାନରେ ତାହା ରାଜ୍ୟ ସରକାର ଙ୍କ ଦାୟିତ୍ୱ, ତେଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ l ଏହାପରେ ହୁମାୟୁନ କବିର ଉକ୍ତ ସ୍ଥାନରେ ବାବ୍ରି ମସଜିଦ ର ଫାଉଣ୍ଡେସନ ରଖିବା ପାଇଁ ମୁସ୍ଲିମ ଧର୍ମାବଲମ୍ବୀ ଙ୍କୁ ପ୍ରୋତ୍ସାହିତ କରିଥିଲେ l

ଅଯୋଧ୍ୟା ରେ ବିବାଦିତ ବାବ୍ରି ମସଜିଦ ଵିଧ୍ଵଂସ ହେବାର ୩୩ ବର୍ଷ ପୂରଣ ହେଉଛି l ସେହି ପରିପ୍ରେକ୍ଷୀ ରେ ହୁମାୟୁନ କବିର ପଶ୍ଚିମବଙ୍ଗ ରେ ବାବ୍ରି ମସଜିଦ ନିର୍ମାଣ କୁ ଆଗ୍ରହୀ ହୋଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ୩ଲକ୍ଷ ରୁ ଉର୍ଧ୍ଵ ମୁସଲମାନ ଏକତ୍ରିତ ହୋଇଥିଲେ l

Leave A Reply