Odisha news

ବର୍ଦ୍ଧିତ ଭତ୍ତା ବିତରଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

0

ତିହିଡି,୧୫/୦୧(ଯଦୁମଣି ପାଣିଗ୍ରାହୀ): ଆଜି ପୂର୍ବାହ୍ଣରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତିହିଡି ବ୍ଲକରେ ଅନୁଷ୍ଠିତ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରାୟ ୧୦ ଜଣ ବୃଦ୍ଧ/ବୃଦ୍ଧାଙ୍କୁ ବର୍ଦ୍ଧିତ ଭତ୍ତା ୩ ହଜାର ୫ଶହ ଟଙ୍କା ପ୍ରଦାନ କରିବା ସହିତ ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେଲା ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଜ୍ୟୋତିର୍ମୟ କର, ଏବିଡିଓ ମାନସ ଜେନା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତଙ୍କ ସମେତ ବିଜେପି ନେତା ଶୁକଦେବ ମଳିକ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ସରପଞ୍ଚ ପ୍ରଦୀପ ବଳ, ଶୁଭ୍ରନାରାୟଣ ସେଠୀ, ପ୍ରମୋଦ ଦାସ, ତପନ ପାଢୀ, ମଣ୍ଡଳ ସଭାପତି କେଶବ ବେହେରା, ସାଇଶରଣ ବେହେରା, ମୁକ୍ତିକାନ୍ତ ନାୟକ, ଯଦୁମଣି ପାଣିଗ୍ରାହୀ, ତପୁନ ପାଣି, କାହ୍ନା ଭୋଇ ଓ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ବର୍ଦ୍ଧିତ ଭତ୍ତା ପାଇବାକୁ ବ୍ଲକର ୭୮୦ ଜଣ ବୃଦ୍ଧ/ବୃଦ୍ଧା ଓ ୭୦ ଜଣ ଭିନ୍ନକ୍ଷମ(୮୦ ପ୍ରତିଶତ) ଯୋଗ୍ୟ ବିବେଚିତ ହୋଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Govt
Leave A Reply